ଶିଶୁ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ୍; ୬ ଶିଶୁ ଉଦ୍ଧାର ୧୨ ଗିରଫ

youtube

ନୂଆଦିଲ୍ଲୀ: ବଡ ଶିଶୁ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ଦିଲ୍ଲୀ ପୋଲିସ । ଏହି ଗ୍ୟାଙ୍ଗର ପିଲାମାନଙ୍କୁ ଚୋରି କରିବା ପରେ ବିକ୍ରି କରୁଥିଲା । ତେବେ ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ସେମାନଙ୍କ ନିକଟରୁ ୬ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏହି ଗ୍ୟାଙ୍ଗଗୁଡ଼ିକ ଏକ ସଂଗଠିତ ଏବଂ ଆନ୍ତଃରାଜ୍ୟ ସ୍ତରରେ କାମ କରନ୍ତି ବୋଲି ଜଣାପଡିଛି ।

ଏହି ଶିଶୁ ଚୋର ଗ୍ୟାଙ୍ଗର ନେଟୱାର୍କ ଦିଲ୍ଲୀ-ଏନସିଆରରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ବିହାର ଏବଂ ରାଜସ୍ଥାନ ଭଳି ରାଜ୍ୟ ପର୍ଯ୍ୟନ୍ତ ବ୍ୟାପିଛି । ଏହି ଗ୍ୟାଙ୍ଗଗୁଡ଼ିକରେ ଉଭୟ ମହିଳା ପୁରୁଷ ରହିଛନ୍ତି । ସେମାନ ବିଶେଷ କରି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ କରିଥାନ୍ତି, ଯେମିତିକି ରେଳ ଷ୍ଟେସନ, ହସ୍ପିଟାଲ ଆଦି । ଏମାନେ ପିଲାମାନଙ୍କୁ ଚୋରି କରିବା ପରେ, ସେମାନଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥାନ୍ତି ।

ଏହି ଗ୍ୟାଙ୍ଗରେ ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତକାରୀ କିମ୍ବା ନକଲି ଡାକ୍ତର/ଆଇନଜୀବୀ ସାମିଲ ଅଛନ୍ତି ଯେଉଁମାନେ ଶିଶୁ ବ୍ୟବସାୟକୁ ଆଇନଗତ କରିବାକୁ ଚେଷ୍ଟା କରନ୍ତି ।

Leave A Reply

Your email address will not be published.