
ପଞ୍ଜାବ : ପଞ୍ଜାବରେ ବନ୍ୟା ସବୁକିଛି ଛାରଖାର କରିଦେଛି । ପଞ୍ଜାବ ସରକାର ବନ୍ୟାରେ ପ୍ରଭାବିତ ଚାଷୀଙ୍କ ପାଇଁ ୨୦ ହଜାର ପ୍ରତି ଏକର କ୍ଷତିପୂରଣ ଘୋଷଣା କରିଛନ୍ତି । ଏନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ହସପିଟାଲରୁ କ୍ୟାବିନେଟ ବୈଠକରେ ସାମିଲ ହୋଇଛନ୍ତି । ସ୍ୱାସ୍ଥ୍ୟ ଖରାପ ଯୋଗୁଁ ୩ ଦିନ ହେଲାଣି ହସପିଟାଲରେ ଭର୍ତ୍ତି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।
ଆପ୍ ପକ୍ଷରୁ ଜାରି ହୋଇଥିବା ଫଟୋରେ ଭଗବନ୍ତ ସିଂ ମାନ ଡ୍ରିପ ଲଗାଇ ବସିଥିବା ନଜର ଆସିଛନ୍ତି । ଆପ୍ କହିଛି କି, ପଞ୍ଜାବ ଏବଂ ପଞ୍ଜାବବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମାନଙ୍କ ମାନବିକତା, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ । କିନ୍ତୁ ଡ୍ରିପ୍ ଲଗାଇ ପଞ୍ଜାବ ପାଇଁ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । ମାନ ସରକାର ନିଷ୍ପତ୍ତି ନିଆଯାଇଛି କି, ବନ୍ୟାରେ ଫସଲ ଉପରେ ବାଲି ମାଡ଼ିଯାଇଥିବା ଶସ୍ୟକୁ ମଧ୍ୟ ଚାଷୀ ବିକିପାରିବେ । ପଞ୍ଜାବ ସରକାର ଯାହା ଜମି, ସେମାନଙ୍କ ବାଲି ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ବନ୍ୟାଞ୍ଚଳରେ ଚାଷୀଙ୍କୁ ମାଇନିଂ ଅଧିକାର ଦେଇଛନ୍ତି ।
ମାନ ସରକାରଙ୍କ ନିଷ୍ପତ୍ତି :
ଏହାଦ୍ବାରା ଚାଷୀ ନିଜ ଜମିରୁ ମାଟି ଉଠାଇ ଏହାକୁ ବିକ୍ରି କରିପାରିବେ ।
ଏକର ଚାଷ ଜମି କ୍ଷତି ହୋଇଥିଲେ ୨୦ ହଜାର ଟଙ୍କା ମିଳିବ କ୍ଷତିପୂରଣ ।
ମ୍ତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ପ୍ରଦାନ ।
ଯେଉଁ ଘର ଭାଙ୍ଗିଯାଇଛି, ସରକାର ଏହାର ସର୍ଭେ କରି କ୍ଷତିପୂରଣ ପ୍ରଦାନ କରିବେ ।
କର୍ପୋରେଟ ସୋସାଇଟି ଏବଂ ସରକାରୀ ବ୍ୟାଙ୍କ ପାଇଁ କରଜ ଲିମିଟ୍ ୬ ମାସ ବଢିଛି ।
କୌଣସି କିସ୍ତି କିମ୍ବା ସୁଧ ଦେବାକୁ ପଡିବ ନାହିଁ ।
ରୋଗ ନ ହେବା ପାଇଁ ସରକାର କରିବେ ଟୀକାକରଣ ।
ପ୍ରତି ଗାଁରେ କ୍ଲିନିକରେ ଡାକ୍ତର ରହିବେ ।
ସହର ଗାଁରେ ସଫେଇ ହେବ ।