ଟାରିଫ ୱାର: ଖୋଲାଖୋଲି ଭାବେ ଟ୍ରମ୍ପଙ୍କୁ କଲେ ସମର୍ଥନ ଜେଲେନସ୍କି

youtube

ଭାରତ- ଆମେରିକା ଟାରିଫ ୱାର ମଧ୍ୟରେ ଜେଲେନସ୍କିଙ୍କ ବଡ଼ ବୟାନ । ଭାରତ ଉପରେ ଟାରିଫ ଲଗାଇ ଆମେରିକା ଠିକ୍ କରିଛି ବୋଲି ଜେଲେନସ୍କି କହିଛନ୍ତି । ଭାରତ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫକୁ ଖୋଲାଖୋଲି ଭାବେ ସମର୍ଥନ କରିଛନ୍ତି ଜେଲେନସ୍କି । ଆମେରିକାର ଚେତାବନୀ ସତ୍ତ୍ବେ ଭାରତ ରୁଷ ଠାରୁ ତେଲ ଆମଦାନୀ ବନ୍ଦ କରିନି । ଯାହାକୁ ନେଇ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ସହ ଅତିରିକ୍ତ ୨୫ ପ୍ରତିଶତ ଅଧିକ ଟାରିଫ ଲଗାଇଛନ୍ତି ।

ସୂଚନାନୁଯାୟୀ, ଭାରତ ଉପରେ ମୋଟ ୫୦ ପ୍ରତିଶତ ଟାରିଫ ଲଗାଇଛି । ଏହାକୁ ଖୁଲମଖୁଲା ସମର୍ଥନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ସେ କହିଛନ୍ତି ଯେ, ରୁଷ ସହ ଲଗାତାର ବାଣିଜ୍ୟ କରୁଥିବା ଦେଶ ଉପରେ ଟାରିଫ ଲଗାଇବା ସଠିକ ନିଷ୍ପତ୍ତି । ଏସିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଆଲୋଚନାକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜେଲେନସ୍କି । ମୋଦି, ପୁଟିନ ଏବଂ ଜିନପିଙ୍ଗଙ୍କ ଆଲୋଚନାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେପଟେ ରୁଷ ଠାରୁ ଲଗାତାର ଅଶୌଧିତ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ସେକେଣ୍ଡାରୀ ଟାରିଫ ଲଗାଇବା ପାଇଁ ଚିନ୍ତା କରୁଥିବା କହିଛନ୍ତି ଟ୍ରମ୍ପ ।

Leave A Reply

Your email address will not be published.