ଚୋରା ସୁନାର ହୋବ୍ ଆସିକା : ଖବର ପ୍ରକାଶ ପରେ ପ୍ରଶାସନ ର ସ୍କାନର ରେ କାମେଶ୍ୱର ….!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ଚୋରା ସୁନା କ୍ରୟ କରିବାରେ ରାଜ୍ୟରେ ପ୍ରଥମ ସ୍ଥାନ ହେବାର ନଜିର ରହିଛି। କେତେବେଳେ ସୁନୀଲ ତ କେତେବେଳେ କାମେଶ୍ୱରଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅମାପ ସମ୍ପତ୍ତିର ପାହାଡ଼ ଉପରେ ବସି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଲୁଟୁ ଥିବା ବ୍ୟକ୍ତି ବିଶେଷ ଏବେ ପ୍ରଶାସନର ସ୍କାନରରେ ରହିଥିବା ଆଲୋଚନା ହେଉଛି। ଚୋରା ସୁନା ଶାଗମାଛ ଦରରେ କ୍ରୟ କରି କୋଟି କୋଟି ଟଙ୍କାର ମାଲିକ ହେବା ବଡ଼ ବଡ଼ ଅଟାଳିକା ର ମାଲିକ ହେବା ସହ ପୁଅ ଝିଅ ମାନଙ୍କୁ ଘରୋଇ ମେଡିକାଲ କଲେଜ ରେ ଡାକ୍ତରୀ ପାଠ ପଢେଇବା ଭଳି ବି ଆସିକା ଅଞ୍ଚଳ ରେ ନଜିର ରହିଛି। ଚୋରା ସୁନା କ୍ରୟ କରିଥିବା ବ୍ୟବସାୟୀ ମାନେ ପୋଲିସ ଧରପଗଡ଼ ବେଳେ ଚତୁରତା ସହ ନିଜ କର୍ମଚାରୀ ମାନଙ୍କୁ ଖର୍ଚ୍ଚ ପାଣି ଦେଇ ଜେଲ ପଠେଇ ଥିବାର ବି ନଜିର ରହିଛି। ଚୋରା ସୁନା କ୍ରୟ କରି ସ୍ୱଳ୍ପ ଦିନ ମଧ୍ୟରେ କୋଟି କୋଟି ଟଙ୍କାର ମାଲିକ ହେବା ନିଶାରେ ଗଞ୍ଜାମ ଜିଲ୍ଲାର ଆସିକା ସହର ସର୍ବ ପ୍ରଥମ ହେବ ବୋଲି ଆଲୋଚନା ହେଉଛି। ଆସିକା ଅଞ୍ଚଳ ରେ ଚୋରା ସୁନା କ୍ରୟ ପାଇଁ ପ୍ରତିଯୋଗିତା ଲାଗିଥିବା ଦେଖିବାକୁ ମିଳୁଛି। ପ୍ରଶାସନ ର ସ୍କାନର ରେ ଆସିକା ଅଞ୍ଚଳ ର ଚୋରା ସୁନା କ୍ରୟ କରୁଥିବା ବ୍ୟବସୟୀ ମାନଙ୍କ ଲମ୍ବା ଲିଷ୍ଟ l ଏହି ଚୋରା ସୁନା କିଣା ବେପାରୀ ଙ୍କ ମୁଖା କେବେ ଖୋଲିବ…? ତାହା ସମୟ ସାଫେକ୍ଷ….

ad-week
Leave A Reply

Your email address will not be published.