
ଲଦାଖ : ଲଦାଖ ସିଆଚିନରେ ହିମସ୍ଖଳନ । ହିମସ୍ଖଳନରେ ଭାରତୀୟ ସେନାର ୩ ଜଣ ଯବାନ ସହିଦ ହୋଇଛନ୍ତି । ଏହା ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର । ଏଠାରେ ସୈନିକ ୬୦ ଡିଗ୍ରୀ ଥଣ୍ଡା, ପବନ ଏବଂ ବରଫକୁ ସାମ୍ନା କରୁଛନ୍ତି ଯବାନ । ହିମସ୍ଖଳନ ଯୋଗୁଁ ସେନାର ଏକ ପୋଷ୍ଟ ନଷ୍ଟ ହୋଇଛି । ସେନାର ଉଦ୍ଧାରକାରୀ ଦଳ କାମରେ ଲାଗିପଡିଛନ୍ତି । ଏମାନେ ଲେହ ଏବଂ ଉଧମପୁରରୁ ବାହାରିଛନ୍ତି ।
ସିଆଚିନ ଗ୍ଲେସିୟର କାରାକୋରମ ପର୍ବତମାଳାରେ ୨୦,୦୦୦ ଫୁଟ ଉଚ୍ଚରେ ଅବସ୍ଥିତି । ସିଆଚିନରେ ପୂର୍ବରୁ ଏମିତି ଘଟଣା ଘଟିସାରିଛି । ଏହାକୁ ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ବୋଲି କୁହାଯାଏ । ଏଠାରେ ଭାରତୀୟ ସୈନ କେବଳ ଶତ୍ରୁ ନୁହେଁ ବରଂ ପ୍ରକୃତି ସହିତ ଲଢନ୍ତି ।