ନେପାଳରେ ପରିସ୍ଥିତି ଅଣାୟତ୍ତ: ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ, ଭାରତ-ନେପାଳ ସୀମାରେ ହାଇ ଆଲର୍ଟ

youtube

କାଠମାଣ୍ଡୁ : ନେପାଳରେ ସୋସିଆଲ ମିଡିଆ ଆପ୍ ବନ୍ଦ ହେବା ପରେ ଜେନ-ଜି ପିଢି ଭୟଙ୍କର ବିକ୍ଷୋଭ କରୁଛନ୍ତି । ଫଳରେ ଅଶାନ୍ତ ନେପାଳ ପାଇଁ ଓ କାଠମାଣ୍ଡୁ ସାରା ହିଂସା ଲାଗି ରହିଥିବାରୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଡାଣ ବନ୍ଦ କରାଯାଇଛି । ଭାରତରୁ ନେପାଳ ଯାଉଥିବା ୨ଟି ବିମାନ ମଧ୍ୟ ଅଧାରୁ ଫେରି ଆସିଛି । ଦିଲ୍ଲୀ ଓ ମୁମ୍ବାଇରୁ କାଠମାଣ୍ଡୁ ଯାଉଥିବା ୨ଟି ଇଣ୍ଡିଗୋ ବିମାନ ଫେରି ଆସିଛି । ତ୍ରିଭୁବନ ବିମାନବନ୍ଦରରେ ଅବତରଣ ଅନୁମତି ନମିଳିବାରୁ ବିମାନ ଫେରିଆସିଛି । ଏହାସହ ଦିଲ୍ଲୀରୁ କାଠମାଣ୍ଡୁ ଯିବାକୁ ଥିବା ଏୟାର ଇଣ୍ଡିଆର ୩ଟି ବିମାନ ଉଡାଣ ମଧ୍ୟ ବାତିଲ ହୋଇଛି । ସୁରକ୍ଷା ଦୃଷ୍ଟିରୁ ଟିଆଇଏରୁ ସମସ୍ତ ବିମାନର ଉଡାଣ ବାତିଲ କରାଯାଇଛି ।

ଭାରତ-ନେପାଳ ସୀମାରେ ହାଇ ଆଲର୍ଟ । ପ୍ରବଳ ବିକ୍ଷୋଭ ଓ ହିଂସାକାଣ୍ଡ ପରେ ଦାର୍ଜିଲିଂକୁ ଲାଗିଥିବା ସୀମାନ୍ତରେ ସେନାକୁ ଆଲର୍ଟ ରଖାଯାଇଛି । ପରିସ୍ଥିତି ଉପରେ ତୀକ୍ଷଣ୍ ନଜର ରଖାଯାଇଛି ବୋଲି କହିଛନ୍ତି ସ୍ଥାନୀୟ ଏସ୍ପି ପ୍ରବୀଣ ପ୍ରକାଶ । ନେପାଳ ପାଇଁ ହେଲପଲାଇନ ନଂ ଜାରି ହୋଇଛି । +977 – 980 860 2881, +977 – 981 032 6134 ନମ୍ବର ଜାରି ହୋଇଛି ।

ସେପଟେ ନେପାଳ ଅର୍ଥମନ୍ତ୍ରୀଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି ବିକ୍ଷୋଭକାରୀ ।  ନେପାଳ ଅର୍ଥମନ୍ତ୍ରୀ ଏକ ଗଳି ରାସ୍ତାରେ ଲୁଚି ପଳାଉଥିବା ସମୟରେ ଲୋକମାନେ ତାଙ୍କୁ ଘେରି ଯାଇଛନ୍ତି । ଲୋକଙ୍କୁ ଠେଲି ଅର୍ଥମନ୍ତ୍ରୀ ଚାଲିଯାଉଥିବା ବେଲେ ଲୋକେ ତାଙ୍କୁ ବିଧା ଗୋଇଠା ମାରି ଚାଲିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କ ସହିତ ମାରପିଟ ହୋଇଛି । ବିକ୍ଷୋଭକାରୀ ରାଷ୍ଟ୍ରପତିଙ୍କ ଭବନରେ ନିଆଁ ଲଗାଇଛନ୍ତି । ନେପାଳ ସଂସଦ ଭବନରେ ମଧ୍ୟ ନିଆଁ ଲଗାଇଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ଘରେ ନିଆଁ ଲଗାଇଛନ୍ତି ।

Leave A Reply

Your email address will not be published.