ପାଟନାରେ ବୋମାମାଡ଼ ଧମକ, ଗୁରୁଦ୍ବାରାକୁ ଉଡ଼ାଇବାକୁ ଆସିଲା ଇମେଲ

youtube

ବିହାର: ବିହାରର ରାଜଧାନୀ ପାଟନାରେ। ତଖ୍ତ ଶ୍ରୀ ହରମନ୍ଦିର ଜୀ ପାଟନା ସାହିବ ଗୁରୁଦ୍ୱାରାକୁ ବୋମାରେ ଉଡ଼ାଇଦେବାକୁ ଧମକ । ଏହି ଧମକ ଇମେଲ୍ ମାଧ୍ୟମରେ ଦିଆଯାଇଛି । ଗୁରୁଦ୍ୱାରର ସରକାରୀ ଇମେଲକୁ ପଠାଯାଇଥିବା ଇମେଲରେ ସ୍ପଷ୍ଟ ଭାବରେ ଲେଖାଯାଇଥିଲା, ଲଙ୍ଗର ହଲରେ 4ଟି RDX ରଖାଯାଇଛି । ଏହା ସହିତ ଏହି ଇମେଲରେ ପାକିସ୍ତାନ ଜିନ୍ଦାବାଦ ଏବଂ ISI ଜିନ୍ଦାବାଦ ଭଳି ସ୍ଲୋଗାନ ମଧ୍ୟ ଲେଖାଯାଇଥିଲା । ଏହି ଧମକ ଗୁରୁଦ୍ୱାରା ପରିସରରେ ଭୟର ବାତାବରଣ ଖେଳିଯାଇଛି ।

ଧମକରେ VIP ଏବଂ କର୍ମଚାରୀମାନଙ୍କୁ ତୁରନ୍ତ ସେଠାରୁ ଚାଲିଯିବାକୁ ଚେତାବନୀ ଦିଆଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଡଗ ସ୍କ୍ବାଡ୍ ଟିମ୍ ଗୁରୁଦ୍ୱାରରେ ପହଞ୍ଚିଥିଲେ। ବହୁତ ଖୋଜାଖୋଜି କରାଯାଇଥିଲା, କିନ୍ତୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲା । ତେବେ ସମଗ୍ର ଗୁରୁଦ୍ୱାର ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ମଧ୍ୟ ବୋମା ଧମକ ମିଳିଥିଲା । ଏହି ଧମକ ମେଲରେ ଦିଆଯାଇଥିଲା । ବିଚାରପତିଙ୍କ ରୁମ୍ ଏବଂ କୋର୍ଟ କ୍ୟାମ୍ପସରେ 4ଟି RDX ILED ଲଗାଯାଇଛି । ସୂଚନା ପାଇବା ପରେ, ପାଟନା ସିଭିଲ୍ କୋର୍ଟ କ୍ୟାମ୍ପସ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Leave A Reply

Your email address will not be published.