
ଭୁବନେଶ୍ୱର : ରାଜଧାନୀ କଲେଜରେ ଛାତ୍ର ଅଣଛାତ୍ର ଙ୍କ ମଧ୍ୟରେ ବଡ଼ ଧରଣର ଗଣ୍ଡଗୋଳ । ପୁଣି ରଣକ୍ଷେତ୍ର ପାଲଟିଲା କଲେଜ କ୍ୟାମ୍ପସ । ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ବଡ଼ ଧରଣର ଗଣ୍ଡଗୋଳ । ଏହି ଗଣ୍ଡଗୋଳରେ ୨ ଛାତ୍ର ଆହତ ହୋଇଥିବା ସୂଚନା ।
ଏହାସହ ୨୦ ରୁ ଉର୍ଦ୍ଧ୍ବ ଛାତ୍ର ଓ ଅଣଛାତ୍ର କ୍ୟାମ୍ପସରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମଦପିଟରେ ଲହୁ ଲୁହାଣ ହେଲେ ଛାତ୍ର – ଅଣଛାତ୍ର । ଏକ ନିର୍ଦ୍ଧିଷ୍ଟ ଦଳ ସମର୍ଥିତ ଛାତ୍ରଗୋଷ୍ଠୀ ଗଣ୍ଡଗୋଳ କରିଥିବା ଅଭିଯୋଗ । ଘଟଣା ସ୍ଥଳରେ ପହଞ୍ଚିଛି ପୋଲିସ । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।