
କଟକ: ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳ। ଅନ୍ଧାର ରାତିରେ ଚାଲିଥିଲା କ୍ଷୀର ଅପମିଶ୍ରଣ । ମାଡି ବସିଲା ପୋଲିସ । ଗତକାଲି ବିଳମ୍ବିତ ରାତିରେ କଟକ ଗୁରୁଡ଼ିଝାଟିଆ ଥାନା କୁ୍ସ୍ପଙ୍ଗୀ ନିକଟ ଏକ ହୋଟେଲ ପଛ ପଟେ କ୍ଷୀର ଅପମିଶ୍ରିତ ଚାଲିଥିବା ବେଳେ ମାଡ଼ି ବସିଥିଲା ପୋଲିସ।
ଦୀର୍ଘ ଦିନ ଧରି ଅପମିଶ୍ରିତ ଚାଲିଥିବା ନେଇ ଖବର ମିଳିଥିଲା । ମେସିନ୍ ଦ୍ଵାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ , ପାଉଡର୍ ଓ କେମିକାଲ ମିଶା ଯାଉଥିଲା । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ତେବେ ଘଟଣା ସ୍ଥଳରୁ ଗାଡ଼ି ଡ୍ରାଇଭର ଓ ଅନ୍ୟ ଜଣେ ଚମ୍ପଟ ମାରିଛି । ପୋଲିସ୍ ଘଟଣାର ତଦନ୍ତ କରୁଛି ।