ଟାରିଫ ବିବାଦର ସମାଧାନ ପାଇଁ ଆଗ୍ରହୀ ଟ୍ରମ୍ପ, ଖୁବଶୀଘ୍ର ମୋଦିଙ୍କ ସହ କରିବେ ଆଲୋଚନା!

youtube

ନୂଆଦିଲ୍ଲୀ: ନରମିଲେ ଟ୍ରମ୍ପ । ଭାରତ ସହ ଟାରିଫ ବିବାଦର ସମାଧାନ ପାଇଁ ଆଗ୍ରହୀ । ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ ଟ୍ରମ୍ପ । ଆମେରିକା-ଭାରତ ବାଣିଜ୍ୟିକ ବୁଝାମଣା ଜାରି ରହିବ । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ପାଇଁ ଟ୍ରମ୍ପ ପ୍ରଶାସନ କାର୍ଯ୍ୟ କରିବ ।

ଏଥିସହ ଆଗାମୀ ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଏନେଇ ଟ୍ରମ୍ପ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରିଛନ୍ତି । ମୋଦିଙ୍କୁ ପୁଣି ନିଜର ଜଣେ ଉତ୍ତମ ବନ୍ଧୁ ବୋଲି ଦୋହରାଛନ୍ତି । ଭାରତ-ଆମେରିକା ମଧ୍ୟରେ ସଫଳ ବାଣିଜ୍ୟିକ ବୁଝାମଣା ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି ଟ୍ରମ୍ପ କହିଛନ୍ତି ।

ରୁଷିଆ ଠାରୁ ଭାରତ ତୈଳ କିଣୁଥିବାରୁ ଆମେରିକା ୫୦ ପ୍ରତିଶତ ଟାରିଫ ଲଗାଇଛି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପାଇଁ ଆଗ୍ରହୀ । ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ସୋସିଆଲ ମିଡିଆ ଟ୍ରୁଥରେ ପୋଷ୍ଟ ପରେ ଏହାର ଉତ୍ତର ରଖି ମୋଦି ଏକ୍ସରେ ଏନେଇ ଏକ ପୋଷ୍ଟ କରିଛନ୍ତି । ଭାରତ ଓ ଆମେରିକା ପରସ୍ପର ପରପସ୍ପର ଘନିଷ୍ଠ ମିତ୍ର । ଦୁଇ ଦେଶ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ସ୍ବାଭାବିକ ସହଭାଗୀତା ରହିଛି । ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ବୁଝାମଣା ନେଇ କଥାବାର୍ତ୍ତା ଜାରି ରହିଛି ।

ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପାଇଁ ମୋଦି ମଧ୍ୟ ଆଗ୍ରହୀ ବୋଲି ଉଲ୍ଲେଖ କରିଛନ୍ତି । ଏକ ସମୃଦ୍ଧ ଭବିଷ୍ୟତ ପାଇଁ ଉଭୟ ଦେଶ କାମ କରିବେ ବୋଲି ସେ କହିଛନ୍ତି । ଉଭୟ ଟ୍ରମ୍ପ ଓ ମୋଦି ସ୍ଵର ନରମ କରିଥିବାରୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଆଲୋଚନା ଆଗକୁ ବଢ଼ିବ । ଯଦି ଆଗାମୀ ଆଲୋଚନା ସଫଳ ହୁଏ, ତେବେ ଟାରିଫଗୁଡ଼ିକର ପ୍ରଭାବ ହ୍ରାସ ପାଇବ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ ହୋଇପାରେ ବୋଲି କୁହାଯାଉଛି । 

Leave A Reply

Your email address will not be published.