
କୋଟପାଡ଼ : କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ବ୍ଳକଠାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ନୋଡାଲ ଅଧିକାରୀ ଶ୍ରୀ ବାଞ୍ଛାନିଧି ହରିଜନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ସାକ୍ଷରତା ସପ୍ତାହ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ କରାଯାଇ ଜନସାଧାରଣଙ୍କୁ ଶିକ୍ଷା ସଚେତନତାର ବାର୍ତ୍ତା ପ୍ରେରଣ କରାଯାଇଥିଲା।ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ଲୋଗାନ ଦେଇ,ପ୍ଳାକାର୍ଡ ଓ ବ୍ୟାନର ମାଧ୍ୟମରେ ସଚେତନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଏବଂ ସିଆରସିସିମାନେ ସହଯୋଗ କରିଥିଲେ। ଶୋଭାଯାତ୍ରାର ସମାପନ ପରେ ଏକ ବୈଠକ ସରକାରୀ ବାଳିକା ବିଦ୍ୟାଳୟଠାରେ ବ୍ଳକସ୍ତରୀୟ ସଚେତନତା ବୈଠକ ଏବିଇଓ ଶ୍ରୀ ବାଞ୍ଛାନିଧି ହରିଜନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପନିର ସାଗରଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଛାତ୍ରଛାତ୍ରୀ ଏବଂ ସଚେତନ ନାଗରିକ ସମାଜରେ ସାକ୍ଷରତା ଓ ଶିକ୍ଷା ସଚେତନତାର ବାର୍ତ୍ତା ଉପରେ ଆଲୋଚନା କରାଯାଇଥିଲା। ଗୋଷ୍ଠୀ ଶିକ୍ଷା ପ୍ରଶାସନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହେଉଥିବା ଖବର ହସ୍ତଗତ ହୋଇଛି।