ମାଆ ଆଗରେ ୩ ବର୍ଷର ଶିଶୁକୁ ଟାଣି ନେଲା ବାଘ

youtube

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବିଜନୌରରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ଏକ କଲରାପତରିଆ ବାଘ ଆକ୍ରମଣରେ ୮ ବର୍ଷର ଶିଶୁର ଜୀବନ ଯାଇଛି। ଘଟଣାଟି ନଜିବାବାଦ ଥାନା ଅନ୍ତର୍ଗତ ବଡିଆ ଗାଁର ବୋଲି ଜଣାପଡିଛି।

ମିଳିଥିବା ସୂଚନାନୁଯାୟୀ, ୮ ବର୍ଷୀୟ ହର୍ଷ ନିଜ ମାଆ ସହ ଘର ବାହାରେ ନଳରୁ ପାଣି ନେଉଥିଲା। ମାଆ ପାଣି ଭର୍ତ୍ତି କରିବାରେ ବ୍ୟସ୍ତ ଥିବା ବେଳେ ଶିଶୁଟି ନିଜ ମାଆ ପାଖରେ ଠିଆ ହୋଇଥିଲା। ସେହି ସମୟରେ ଆଖୁ କିଆରୀ ଭିତରୁ ହଠାତ୍‌ ଏକ କଲରାପତରିଆ ବାଘ ଆସି ଶିଶୁଟି ଉପରେ ଆକ୍ରମଣ କରିଥିଲା। ଏହାସହ ଶିଶୁକୁ ପାଟିରେ କାମୁଡି କ୍ଷେତ ଆଡକୁ ପଳାଇଥିଲା। ମାଆ ଓ ନିକଟରେ ଥିବା ଲୋକେ ଖୁବ୍‌ ଜୋରରେ ଚିତ୍କାର କରିବାରୁ ବାଘଟି କିଛି ଦୂରରେ ଶିଶୁଟିକୁ ଛାଡି ପଳାଇଥିଲା ।

ଗୁରୁତର ଆହତ ଅବସ୍ଥାରେ ହର୍ଷକୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହକୁ ନେଇ ପରିବାର ଓ ସ୍ଥାନୀୟଲୋକେ ବିରୋଧ ପ୍ରଦର୍ଶନ କରିବବା ସହ ଦିଲ୍ଲୀ-ପୌଡି ଜାତୀୟରାଜପଥରେ ଜାମ୍‌ ଲାଗି ରହିଥିଲା। ଖବର ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଗ୍ରାମବାସୀଙ୍କ କହିବାନୁସାରେ କେବଳ ୧୦ ଦିନରେ ବାଘ ଆକ୍ରମଣରେ ୩ ଶିଶୁଙ୍କ ଜୀବନ ଚାଲି ଯାଇଛି। ବନ ବିଭାଗର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଗ୍ରାମରେ ଭୟର ବାତାବରଣ ରହିଥିବା ବେଳେ ଗ୍ରାମବାସୀ ଉପଯୁକ୍ତ ପକ୍ଷକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.