ଆସିକାକୁ ଋଷିକୂଲ୍ୟା ଜିଲ୍ଲା ଦାବିରେ ବିଭିନ୍ନ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବୀ…

youtube

ଋଷିକୂଲ୍ୟା ଜିଲ୍ଲା ଦାବୀ ହେବାର ୩୨ ବର୍ଷ ବିତିଲାଣି…..!

ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲାର ଆସିକାକୁ ଋଷିକୂଲ୍ୟା ଜିଲ୍ଲା ଦାବିରେ ବିଭିନ୍ନ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଉପଜିଲ୍ଲାପାଳ ମାଧ୍ୟମ ରେ ଦାବି ପତ୍ର ପ୍ରଦାନ।ଆସିକା ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ କେନ୍ଦ୍ରସ୍ଥଳି ହୋଇଥିବା ବେଳେ ୧୯୯୩ ମସିହାରୁ ଆସିକା ଓ ଆସିକା ନିକଟସ୍ଥ ପୋଲସରା କବିସୂର୍ଯ୍ୟନଗର, ହିଞ୍ଜିଳିକାଟୁ, ସାନଖେମୁଣ୍ଡି, ଶେରଗଡ଼, ଧରାକୋଟ, ବେଗୁନିଆପଡ଼ା ପରି ଆଠଟି ବ୍ଲକକୁ ନେଇ ଋଷିକୂଲ୍ୟା ଜିଲ୍ଲା ଗଠନ ଦାବୀ ପୁଣି ଜୋର ଧରିଛି।ଏନେଇ ଆଜି ଓକିଲ ସଂଘ, ବଣିକ ସଂଘ, ବରିଷ୍ଠ ନାଗରିକ ସଂଘ ପରି ବିଭିନ୍ନ ସଂଘ ଓ ମିଳିତ କ୍ରିୟାନୁଷ୍ଠାନର ସଦସ୍ୟ ମାନେ ଆସିକା କୋର୍ଟ ପରିସରରୁ ଏକ ବିଶାଳ ଶୋଭଯାତ୍ରାରେ ବାହାରି ଆସିକା ତହସିଲରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି l ଋଷିକୂଲ୍ୟା ଜିଲ୍ଲା ଗଠନ ହେଲେ ଅଞ୍ଚଳବାସୀ ମାନେ ଉପକୃତ ହେବେ ବୋଲି କହିଛନ୍ତି ବିଭିନ୍ନ ଅନୁଷ୍ଠାନ,ସଂଘ ଏବଂ ବୃଦ୍ଧିଜିବୀ। ଜନସଂଖ୍ୟା, ଗମନାଗମନ, ବ୍ୟବସାୟିକ, ରାଜନୈତିକ, ସାଂସ୍କୃତିକ ଓ ସାମାଜିକ ଦୃଷ୍ଟି କୋଣରୁ ଆସିକାକୁ ଜିଲ୍ଲା ହେଡ଼କ୍ଵାଟର ରଖି ଋଷିକୂଲ୍ୟା ଜିଲ୍ଲା ଗଠନ ନିମନ୍ତେ ଭିତ୍ତି ଥିବାକହିଛନ୍ତି, ସ୍ଥାନୀୟ ବୁଦ୍ଧିଜୀବୀ ଓ ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ।

Leave A Reply

Your email address will not be published.