୪ର୍ଥ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲରେ ଯୋଗ ଦେବାକୁ ଯାଇ ନେପାଳରେ ଫସିଛନ୍ତି ୩ ଓଡ଼ିଆ

youtube

ଭୁବନେଶ୍ବରର ୩ ଜଣ କାଠମାଣ୍ଡୁ ଯାଇଥିବା ବେଳେ ସେଠାରେ ଚାଲିଥିବା ଆନ୍ଦୋଳନରେ ସେମାନେ ଫସିଛନ୍ତି । ତେବେ କାଠମାଣ୍ଡୁରେ ହେବାକୁ ଥିବା ୪ର୍ଥ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ପାଇଁ ୩ ଜଣ ଯାଇଥିବା ବେଳେ ପରିସ୍ଥିତି ପ୍ରତିକୂଳ ଥିବାରୁ ଉକ୍ତ ସାହିତ୍ୟ ମହୋତ୍ସବକୁ ବାତିଲ କରାଯାଇଛି …

ତେବେ ସେପ୍ଟେମ୍ବର ୧୩ ଏବଂ ୧୪ ତାରିଖରେ ଏହି ସାହିତ୍ୟ ମହୋତ୍ସବ ହେବାକୁ ଥିବା ବେଳେ ଓଡିଶାର କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲର ନିର୍ଦ୍ଦେଶକ ରଶ୍ମିରଞ୍ଜନ ପରିଡ଼ା, ଦେବରାଜ ମହାନ୍ତି ଏବଂ ସୌମ୍ୟରଞ୍ଜନ ସାହୁ କାଠମାଣ୍ଡୁ ଅଭିମୁଖେଗସ୍ତ କରିଥିଲେ । ମାତ୍ର ସେଠାରେ ପରିସ୍ଥିତି ଗମ୍ଭୀର ହେବା ପରେ ସାହିତ୍ୟ ମହୋତ୍ସବକୁ ରଦ୍ଦ କରାଯାଇଛି । ଏନେଇ ସୋସିଆଲ ମିଡିଆରେ ସୂଚନା ଦିଆଯାଇଥିବା ବେଳେ ଏହି ମହୋତ୍ସବ କାଠମାଣ୍ଡୁରେ ଆଗାମୀ ବର୍ଷ ୨୦୨୬, ଫେବୃୟାରୀ ୧୪ ଏବଂ ୧୫ରେ ହେବାକୁ ସ୍ଥିର କରାଯାଇଥିବା କୁହାଯାଇଛି । 

Leave A Reply

Your email address will not be published.