ମେକ୍ସିକୋ ସିଟିରେ ଗ୍ୟାସ୍ ଟ୍ୟାଙ୍କର ବିସ୍ଫୋରଣ, ୩ ମୃତ, ୭୦ରୁ ଅଧିକ ଆହତ

youtube

ମେକ୍ସିକୋ : ମେକ୍ସିକୋ ସିଟିରେ  ବଡ଼ ଦୁର୍ଘଟଣା । ମେକ୍ସିକୋ ରାଜଧାନୀର ଦକ୍ଷିଣ ଭାଗ ରାଜପଥରେ ହଠାତ୍ ଏକ ଗ୍ୟାସ୍ ଟ୍ୟାଙ୍କର୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ମେକ୍ସିକୋ ସିଟିର ମେୟର ଏହି ଘଟଣା ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ମେକ୍ସିକୋ ସିଟିର ମେୟର ଏହି ଘଟଣାକୁ ଜରୁରୀକାଳୀନ ପରିସ୍ଥିତି ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ଟ୍ୟାଙ୍କର୍ରେ ହଠାତ୍ ବିସ୍ଫୋରଣ ଯୋଗୁଁ ନିକଟରେ ଥିବା ୧୮ ଟି ଗାଡ଼ି ଜଳି ପୋଡି ପାଉଁଶ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୧୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ପରେ ଦୀର୍ଘ ସମୟ ଧରି ରାସ୍ତା ବନ୍ଦ ରହିଥିଲେ । ଟ୍ରାଫିକ ସଂପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା ।

ଘଟଣାକୁ ନେଇ ଯାଞ୍ଚ କରୁଛି ପୋଲିସ । ତେବେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି କି, ଟ୍ୟାଙ୍କର ଓଲଟି ପଡିବାରୁ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିଶମ ଟିମ ନିଆଁକୁ ଆୟତ୍ତ କରିଛନ୍ତି ।

Leave A Reply

Your email address will not be published.