ବିଜେଡିରୁ ନିଲମ୍ବିତ ହେଲେ ପ୍ରଫୁଲ୍ଲ ମଲ୍ଲିକ

youtube

ଭୁବନେଶ୍ୱର : ପ୍ରଫୁଲ୍ଲ ମଲ୍ଲିକ ବିଜେଡିରୁ ନିଲମ୍ବିତ । କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରଫୁଲ୍ଳ ମଲ୍ଲିକ ବିଜେଡିରୁ ନିଲମ୍ବିତ । ଦଳବିରୋଧୀ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଉପସଭାପତି ପ୍ରତାପ ଜେନାଙ୍କ ଏକ ଚିଠି ଜରିଆରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।

ସୂଚନା ଥାଉକି, ଗୁରୁବାର ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକଙ୍କ ଦୀର୍ଘଦିନ ପରେ ମୁଁହ ଖୋଲିଥିଲେ  । ସେ କହିଥିଲେ ବିଜେଡ଼ିରେ ଅଛି । କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନାହାନ୍ତି । ଆଗକୁ ଯଦି ଦଳ ଠିକ ନଚାଲେ ଦଳଠୁ ଦୂରେଇ ଯିବେ ବୋଲି କହିଥିଲେ ।

ସେ ଆହୁରି କହିଥିଲେ ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ପୂର୍ବ ବିଚାର ଧାରାରେ ଦଳ ନାହିଁ । ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲେ । ପିଏସି ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇନି । ତାଙ୍କ ସହ କେହି ଆଲୋଚନା କରିନାହାଁନ୍ତି କି ସେ କାହାକୁ ଭେଟିନାହାନ୍ତି । ବର୍ତ୍ତମାନ ନୂଆ ବିଜେଡି ଗଠନର ସମୟ ନୁହେଁ । ପୁରୁଣା ବିଜେଡ଼ିକୁ ସଠିକ ଭାବେ ଚଳାଇବାକୁ ପଡିବ ବୋଲି କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ କହିଥିଲେ ।

ଏଣେ ଶ୍ରୀ ମଲ୍ଲିକଙ୍କ ମନ୍ତବ୍ୟର କଡ଼ା ପ୍ରତିବାଦ ଜଣାଇ ବରିଷ୍ଠ ନେତା ପ୍ରତାପ ଜେନା କହିଥିଲେ, ପ୍ରଫୁଲ୍ଲ ମଲ୍ଲିକ ହେଉଛନ୍ତି ଶତାବ୍ଦୀର ବଡ଼ ସୁବିଧାବାଦୀ ନେତା ।

Leave A Reply

Your email address will not be published.