ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍; ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ..

youtube

ପୁରୀ: ପୁଣି ଥରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ବିପଦରେ । ମନ୍ଦିର ଉପରେ ଦୀର୍ଘ ସମୟ ଧରି ଉଡିଲା ଡ୍ରୋନ । ବାଲିସାହି ପଟୁ ଆସି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ । ନୀଳଚକ୍ର ପାଖକୁ ଯାଇ ଡ୍ରୋନ୍‌ରେ ଅନେକ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିଥିବା ସୂଚନା ରହିଛି । ଯାହା ମନ୍ଦିରର ସୁରକ୍ଷାକୁ ନେଇ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି ।

ସୁରକ୍ଷା ଦିଗକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ଉପରେ ନିଷିଦ୍ଧ ଉଡ଼ାଣ ଅଞ୍ଚଳ ଘୋଷଣା କରାଯାଇଛି । କିନ୍ତୁ ଏଭଳି ଘଟଣା ବାରମ୍ବାର ଘଟିବା ସ୍ଥାନୀୟ ଲୋକମାନଙ୍କୁ ଚିନ୍ତିତ କରିଛି । ସେମାନେ ପୋଲିସଙ୍କୁ ଡ୍ରୋନ୍‌ଟିକୁ ଖୋଜିବାକୁ, ଜବତ କରିବାକୁ ଏବଂ ଅବୈଧ କାର୍ଯ୍ୟରେ ଜଡିତ ବ୍ୟକ୍ତିମାନଙ୍କୁ ଧରିବାକୁ ଅନୁରୋଧ କରିଛନ୍ତି ।

ନିକଟରେ ଲଗାତାର ଭାବେ ଦୁଇ ଜଣ ଯୁବକ ଗୋପନୀୟ କ୍ୟାମେରାରେ ଶ୍ରୀମନ୍ଦିରର ଆଭ୍ୟନ୍ତରୀଣ ଭାଗର ଫଟୋ ଓ ଭିଡିଓ ଉଠାଇବା ଘଟଣା ଧରାପ଼ଡିଥିଲା । ଏହି ଯୁବକ ମାନେ ନିଜ ଚଷମାରେ ସ୍ପାଏ କ୍ୟାମେରା ଫିଟ୍ କରିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଭକ୍ତମାନେ ଓ ପୁରୀର ସ୍ଥାନୀୟ ବାସିନ୍ଦାମାନେ ଗମ୍ଭୀର ଅସନ୍ତୋଷ ଦେଖାଦେଇଥିଲା ।

ସେପଟେ, ଗୁରୁବାକ ଶ୍ରୀଜଗନ୍ନାଥ ମନ୍ଦିରର ଚାରିଟି ଦ୍ୱାରରେ ମୁତାୟନ ପୋଲିସ କର୍ମଚାରୀଙ୍କୁ ଅଡିଓ କ୍ଷମତାଯୁକ୍ତ ଏବଂ ପର୍ଯ୍ୟାପ୍ତ ସଂରକ୍ଷଣ କ୍ଷମତା ବିଶିଷ୍ଟ ବଡି କ୍ୟାମେରା ପ୍ରଦାନ କରାଯାଇଛି । ଏହି ଅଡିଓ ସକ୍ଷମ ବଡି କ୍ୟାମେରାଗୁଡ଼ିକ ପ୍ରଚଳନ ଦ୍ୱାରା ମନ୍ଦିର ପରିସରରେ ପ୍ରବେଶ କରୁଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିବାରେ ଯଥେଷ୍ଟ କଡାକଡି ହେବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ, ଅଣ-ସେବାୟତଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ମଧ୍ୟ ସହାୟକ ହେବ ।

Leave A Reply

Your email address will not be published.