
ଗୁଜରାଟ : ଗୁଜରାଟ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ବିମାନଟି ଉଡ଼ାଣ ଭରିବା ମାତ୍ରେ ଗୋଟିଏ ଚକ ଖସିପଡିଥିଲା । ବିମାନରେ ୭୫ ଜଣ ଯାତ୍ରୀ ରହିଥିଲେ । ତେବେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା ।
ଖବର ମୁତାବକ, ଗୁଜରାଟ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ ବିମାନ Q400 ଉଡ଼ାଣ ଭରିବା ପରେ ଏକ ଚକ ରନୱେରେ ପଡିଥିବା ମିଳିଥିଲା । କିନ୍ତୁ ବିମାନଟି ମୁମ୍ବାଇକୁ ଉଡ଼ାଣ ଭରିଥିଲା । ପାଇଲଟ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରାଇଥିଲେ । ବିମାନରେ ୭୫ ଜଣ ଯାତ୍ରୀ ରହିଥିଲେ ।
ବିମାନର ଏକ ଚକ ନଥିବା ସତ୍ତ୍ବେ ପାଇଲଟ ବୁଦ୍ଧିମତ୍ତାର କାମ କରି ବିମାନକୁ ମୁମ୍ବାଇ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରାଇଥିଲେ । ଏହି ଘଟଣା ଜଣାପଡିବା ପରେ ମୁମ୍ବାଇ ଏୟାରପୋର୍ଟରେ ଆତଙ୍କ ଖେଳିଯାଇଥିଲା ଏବଂ ସନ୍ଧ୍ୟା ୫ ଯାଏଁ ଏମରଜେନ୍ସୀ ଘୋଷଣା କରାଯାଇଥିଲା ।
ସ୍ପାଇସଜେଟର ପ୍ରବକ୍ତା କହିଛନ୍ତି, ୧୨ ସେପ୍ଟେମ୍ବରରେ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ ବିମାନ Q400ର ଚକ ଉଡ଼ାଣ ଭରିବା ସମୟରେ ରନୱେରେ ପଡିଥିଲା । ବିମାନଟି ମୁମ୍ବାଇ ପାଇଁ ଯାତ୍ରା ଜାରି ରଖି ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା । ବିମାନକୁ ସୂଚାରୁରରୂପେ ଅବତରଣ କରିବା ପରେ ଟର୍ମିନାଲକୁ ନିଆଯାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା ।