ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ

youtube

ନୂଆଦିଲ୍ଲୀ : ସିପି ରାଧାକ୍ରିଷ୍ଣନ ଦେଶର ୧୫ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନରେ ଗଣତନ୍ତ୍ର ମଣ୍ଡପରେ ଶପଥ ଗ୍ରହଣ କରିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ରାଷ୍ଟ୍ରପତି ଭବନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗ୍ହମନ୍ତ୍ରୀ ଅମିତ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂ ସମେତ ଅନ୍ୟ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ରହିଥିଲେ ।

ଗତକାଲି ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରାଧାକ୍ରିଷ୍ଣନ୍ । । ସିପି ରାଧାକ୍ରିଷ୍ଣନ NDA ମେଣ୍ଟ ପ୍ରାର୍ଥୀ ଭାବେ ବିଜୟୀ ହୋଇଛ ନ୍ତି। ତାଙ୍କୁ ୪୫୨ ଭୋଟ ମିଳିଥିବା ବେଳେ INDIA ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଥିଲା । ମୋଟ ୭୬୭ ଖଣ୍ଡ ଭୋଟ ପଡ଼ିଥିଲା । ଇଣ୍ଡି ମେଣ୍ଟର ବି. ସୁଦର୍ଶନ ରେଡ୍ଡିଙ୍କୁ ହରାଇ ଜିତିଛନ୍ତି ସି.ପି. ରାଧାକ୍ରିଷ୍ଣନ୍ ।

ତାମିଲନାଡୁର ସିପି ରାଧାକ୍ରିଷ୍ଣନ ଦୁଇଥର କୋୟମ୍ବାଟୁରର ସାଂସଦ ରହିଛନ୍ତି । ଭାରତୀୟ ଜନତା ପାର୍ଟିରେ ବହୁତ ଦିନରୁ ସକ୍ରିୟ ରହିଛନ୍ତି ।  ୨୦୨୪ ଜୁଲାଇ ୩୧ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।  ପୂର୍ବରୁ ୨୦୨୩ ଫେବୃଆରୀ ୧୮ରୁ ୨୦୨୪ ଜୁଲାଇ ୩୦ତାରିଖ ଯାଏ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ ।  ୨୦୨୪ ମାର୍ଚ୍ଚରୁ ଅଗଷ୍ଟ ଯାଏ ପୁଡୁଚେରୀର ଉପରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ ।  ସେହି ସମୟରେ ମାର୍ଚ୍ଚରୁ ଜୁଲାଇ ଯାଏ ତେଲଙ୍ଗାନାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇଥିଲେ ।

Leave A Reply

Your email address will not be published.