ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତିଙ୍କୁ ୨୭ ବର୍ଷ କାରାଦଣ୍ଡ

youtube

ବ୍ରାଜିଲ୍: ପୂର୍ବତନ ରାଷ୍ଟ୍ରପତି କାଟିବେ ସଜ୍ଜା । ୨୭ ବର୍ଷ କଟିବ ଜେଲରେ । ଏବେ ଜେଲ ହେଲା ତାଙ୍କ ଠିକଣା । ଦେଶର ପ୍ରଥମ ନାଗରିକ ଯିଏ ଶାସନ ଗାଦିରେ ବସି ଦେଶ କଥା ବୁଝିଥିଲେ । ଅପରାଧ କେସରେ ଜେଲରେ ୨୭ ବର୍ଷ କାଟିବେ ସଜ୍ଜା ।

ଗୁରୁବାର ଦିନ ବ୍ରାଜିଲର ସୁପ୍ରିମକୋର୍ଟ ପୂର୍ବତନ ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ଏହି ଦଣ୍ଡ ଶୁଣାଇଛି । ୨୦୨୨ ନିର୍ବାଚନରେ ଶାସନ କ୍ଷମତା ହାତରୁ ଯିବା ପରେ ପୁଣି ଶାସନକୁ ଫେରିବାକୁ ଯେଉଁ ପନ୍ଥା ଆପଣେଇଥିଲେ ସେଥିପାଇଁ ତାଙ୍କୁ ଦୋଷୀ ସବ୍ୟସ୍ତ କରାଯାଇଛି ।

ହାରିବା ପରେ କ୍ଷମତାରେ ରହିବା ପାଇଁ ଏକ ବିଦ୍ରୋହ କରିବାକୁ ଚେଷ୍ଟା କରିଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । କୋର୍ଟର ପାଞ୍ଚ ଜଣ ବିଚାରପତିଙ୍କ ମଧ୍ୟରୁ ଚାରି ଜଣ ତାଙ୍କୁ ପାଞ୍ଚଟି ଅପରାଧରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ୨୭ ବର୍ଷ ୩ ମାସ ଜେଲଦଣ୍ଡ ଦେଇଛନ୍ତି । ବ୍ରାଜିଲର ଇତିହାସରେ ଏହା ପ୍ରଥମ ଥର ଯେ ଜଣେ ପୂର୍ବତନ ରାଷ୍ଟ୍ରପତି ବିଦ୍ରୋହ, ହିଂସାତ୍ମକ ପରିସ୍ଥିତି ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ବର୍ତ୍ତମାନ ବ୍ରାସିଲିଆରେ ଗୃହବନ୍ଦୀ ଥିବା ବୋଲସୋନାରୋ ସର୍ବଦା ଏହି ଅଭିଯୋଗଗୁଡ଼ିକୁ ଅସ୍ୱୀକାର କରିଛନ୍ତି । ତାଙ୍କର ନିଷ୍ପତ୍ତି ବିରୁଦ୍ଧରେ ଆବେଦନ କରିବାର ଅଧିକାର ମଧ୍ୟ ରହିଛି ।

କୋର୍ଟଙ୍କ ପାଖରେ ରାୟ ପ୍ରକାଶ କରିବା ପାଇଁ ୬୦ ଦିନ ସମୟ ଅଛି, ଯାହା ପରେ ବୋଲସୋନାରୋଙ୍କ ଓକିଲମାନେ ୫ ଦିନ ମଧ୍ୟରେ ସ୍ପଷ୍ଟୀକରଣ ପାଇଁ ଆବେଦନ କରିପାରିବେ ।

Leave A Reply

Your email address will not be published.