ମଣିପୁର ସାହସ ଓ ବୀରତ୍ୱର ଭୂମି: ପ୍ରଧାନମନ୍ତ୍ରୀ ମୋଦୀ

youtube

ନୂଆଦିଲ୍ଲୀ: ୨୦୨୩ ମସିହା ମଣିପୁର ହିଂସାକାଣ୍ଡ ପରେ ପ୍ରଥମ କରି ଆଜି ମଣିପୁର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମଣିପୁର ସାମ୍ପ୍ରଦାୟିକ ହିଂସାରେ ସର୍ବାଧିକ କ୍ଷତିଗ୍ରସ୍ତ ଚୁଡାଚନ୍ଦ୍ରପୁର ଜିଲାରେ ୭ହଜାର ୩ଶହ କୋଟିର ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି ମୋଦୀ । ଏହି ଅବସରରେ ମୋଦୀ ଏକ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେ ମଣିପୁର ସାହସ ଓ ବୀରତ୍ୱର ଭୂମି । ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି । ପ୍ରବଳ ବର୍ଷା ସତ୍ୱେ ଆପଣମାନେ ଏଠାକୁ ଆସିଥିବାରୁ ଧନ୍ୟବାଦ ଜଣାଉଛି । ମଣିପୁର ନାମରେ ‘ମଣି’ ଶଦ୍ଦ ରହିଛି । ‘ମଣି’ ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ଉଜ୍ଜ୍ୱଳ କରିବାର ପ୍ରତୀକ । ସରକାର ମଣିପୁରକୁ ବିକାଶର ପଥରେ ଆଗେଇ ନେବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ୭ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।

Leave A Reply

Your email address will not be published.