ରାଜ ସୁନାଖଳା ଘରୋଇ ବସ୍ ଷ୍ଟାଣ୍ଡରେ ନାହିଁ ଯାତ୍ରୀଙ୍କ ପାଇଁ ମୌଳିକ ବ୍ୟବସ୍ଥା

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ,ରାଜ ସୁନାଖଳା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଯାହାକି ଦୁଇଟି ଜିଲ୍ଲା ଖୋର୍ଦ୍ଧା ଓ ନୟାଗଡ଼ର ମିଳନ ସ୍ଥଳୀ , ଏହି ବଜାର ମଧ୍ୟ ଦେଇ ଜାତୀୟ ରାଜପଥ ନମ୍ବର ୫୭ ଯାଇଅଛି। ଏହି ରାସ୍ତା ଦେଇ ହଜାର ହଜାର ଭାରି ଯାନ,ବସ୍,ଟ୍ରକ୍, କାର ଆଦି ରାତି ଦିନ ଯାତାୟାତ କରିଥାନ୍ତି। ପ୍ରାୟ ୧୦ ବର୍ଷ ତଳେ ରାଜ ସୁନାଖଳା ବସ୍ ଷ୍ଟପ୍ ରେ ଏକ ସୁଲଭ ଶୌଚାଳୟ କାର୍ଯ୍ୟକ୍ଷମ ଥିଲା । ସ୍ଥାନୀୟ ପ୍ରଶାସନର ଉଦାସୀନତାରୁ କିଛି ବର୍ଷ ହେଲା ଶୌଚାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଯାହା ଫଳରେ ଦୂର ଦୁରାନ୍ତରରୁ ଓ ଆଖପାଖ ଗ୍ରାମାଞ୍ଚଳରୁ ଆସୁଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ମୁଖ୍ୟତଃ ମହିଳା ଯାତ୍ରୀ ମାନେ ସାଧାରଣତଃ ପରିସ୍ରା କରିବା ପାଇଁ ମଧ୍ୟ କିଛି ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି। ଶହ ଶହ ଯାତ୍ରୀ ମାନେ ଖରା , ବର୍ଷା ,ଶୀତରେ ଘଣ୍ଟା ଘଣ୍ଟା ଧରି ବିଭିନ୍ନ ଦୋକାନ ସାମନାରେ ବସ୍ କୁ ଅପେକ୍ଷା କରି ଠିଆ ହେଉଥିବା ଦେଖିବାକୁ ମିଳୁଛି । ଏ ସଂକ୍ରାନ୍ତରେ ବଡ଼କୁମାରି ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ କୁହନ୍ତି , ସେ ପୁରୁଣା ଶୌଚାଳୟକୁ ନବୀକରଣ ନିମନ୍ତେ ପାଞ୍ଚ ଲକ୍ଷ୍ୟ ଟଙ୍କା ଅନୁଦାନ ପାଇଁ ଲେଖିଛନ୍ତି, ସରକାର ଅନୁମୋଦନ କଲେ ଯାଇ ଶୌଚାଳୟ ଦୂରାବସ୍ଥା ଲାଘବ ହୋଇ ପାରିବ ବୋଲି ଆଶା ରଖିଛନ୍ତି । ତେଣେ ପୁରୁଣା ବସ୍ ଷ୍ଟାଣ୍ଡ ଟି ଜବରଦଖଲ ହୋଇ ପଡ଼ିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ପୁରୁଣା ବସ୍ ଷ୍ଟାଣ୍ଡ ରେ ଦୀର୍ଘ ଦିନ ଧରି କୌଣସି ଗାଡ଼ି ରହୁ ନଥିବାରୁ ଯାତ୍ରୀ ମାନେ ନୂଆ ବସ୍ ଷ୍ଟପ୍ ରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ନୂଆ ବସଷ୍ଟାଣ୍ଡଟି ଘରୋଇ ଗାଡ଼ି ମାଲିକ ସଂଘ କାର୍ଯ୍ୟାଳୟ ଆଗରେ ଚାଲୁଥିବା ବେଳେ , ସେଠାରେ କୌଣସି ସରକାରୀ ଯାଗା ନଥିବା ଚର୍ଚ୍ଚା ହେଉଛି । କିନ୍ତୁ ବ୍ରାହ୍ମଣ ହୁଡ଼ା ପୋଖରୀ ନିକଟରେ କିଛି ସରକାରୀ ସ୍ଥାନ ଜବରଦଖଲ ହୋଇ ପଡ଼ିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ରାଜ ସୁନାଖଳା ବସ୍ ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ବିଶ୍ରାମ ଗୃହଟିଏ ନଥିବାରୁ , ରାତି ଅଧରେ କୌଣସି ଯାତ୍ରୀ ଗାଡ଼ିରୁ ଓହ୍ଲାଇଲେ ହଇରାଣ ହରକତ ହେଉଥିବା ମଧ୍ଯ ଦେଖିବାକୁ ମିଳୁଛି। ରାଜ ସୁନାଖଳା ବଜାର ଦିନକୁ ଦିନ ଦୃତ ଗତିରେ ବୃଦ୍ଧି ପାଇବା ସହିତ ଜନ ଓ ଯାନବାହାନ ଚଳାଚଳ ଦୃତ ଗତିରେ ବୃଦ୍ଧି ପାଉଛି। ଏଣୁ ଯଥା ଶୀଘ୍ର ରାଜ ସୁନାଖଳା ରେ ଯାତ୍ରୀ ବିଶ୍ରାମାଗାର ସହ ଶୌଚାଳୟ ବ୍ୟବସ୍ଥା କରାଗଲେ ଅଞ୍ଚଳ ବାସୀ ଉପକୃତ ହେବେ। ପୁରୁଣା ଶୌଚାଳୟ ନିକଟରେ ୧୨ ଡ଼ିସିମିଲ ସରକାରୀ ରଖିତ ସ୍ଥାନ ଥିବାବେଳେ ଏଠାରେ ଏକ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ହୋଇ ପାରିବ ବୋଲି କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି , ମାତ୍ର ସ୍ଥାନୀୟ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତାରୁ ରାଜ ସୁନାଖଳାରେ ଯାତ୍ରୀ ବିଶ୍ରାମ ଗୃହଟିଏ ନିର୍ମାଣ ହୋଇ ପାରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏଣୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ବୋଲଗଡ଼ – ବେଗୁନିଆ ବିଧାୟକ ଏଥି ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେଇ ଯାତ୍ରୀ ବିଶ୍ରାମ ଗୃହ ସହିତ ଶୌଚାଳୟଟିଏ ରାଜ ସୁନାଖଳା ବସ୍ ଷ୍ଟାଣ୍ଡରେ ନିର୍ମାଣ କରାଇଲେ ଅଞ୍ଚଳ ବାସୀ ଉପକୃତ ହେବେ।

ad-week
Leave A Reply

Your email address will not be published.