ଠିକ ସମୟରେ ସଠିକ ଉତ୍ତରଦେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ହାସଲ କଲେ ମାଲକାନଗିରି ର ୩ବର୍ଷ ର ଶିଶୁ ଏମ୍. ପ୍ରତ୍ୟୁଷ କୁମାର

add-all

ମାଲକାନଗିରି : କମ ସମୟ ରେ ସଠିକ ଉତ୍ତର ଦେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ହାସଲ କରିଛନ୍ତି ମାଲକାନଗିରି ର ମର୍ଡନ ଇଂରାଜୀ ବିଦ୍ୟାଳୟ ପ୍ଲେ ସ୍କୁଲ ର ୩ବର୍ଷ ର ଛାତ୍ର (ଶିଶୁ )ଏମ୍. ପ୍ରତ୍ୟୁଷ କୁମାର। ତାଙ୍କ ନିଜ ଜନ୍ମ ସ୍ଥାନ ଓଡ଼ିଶାର ପୁରୀର ଜିଲ୍ଲା ରେ ହୋଥିଲେ ମଧ୍ୟ ତାଙ୍କ ବାପା ପ୍ରଭାତ ଗୌଡ, ମାତା-ମନାସି ବେହେରା ଦୁହେଁ ମାଲକାନଗିରି ଥାନା ରେ ସବ ଇନିସପେକ୍ଟର (ଉପନିରୀକ୍ଷକ) ଭାବରେ କାର୍ଯ୍ୟ ରତ ଅଛନ୍ତି। ତାଙ୍କର ଏକ ମାତ୍ର ସନ୍ତାନ ଏମ.ପ୍ରତ୍ୟୁଷ କୁମାର(୩) ବର୍ତମାନ ସେ ମାଲକାନଗିରି ରେ ବାପା ମା ଙ୍କ ନିକଟରେ ରହୁଛନ୍ତି ଏବଂ ମାଲକାନଗିରି ମଡର୍ନ ଇଂଗ୍ଲିଶ ସ୍କୁଲ ର ପ୍ଲେସ୍କୁଲ ରେ ପାଠ ପଢୁଛି । ଏମ୍. ପ୍ରତ୍ୟୁଷ କୁମାର ଙ୍କୁ ୨୩ ପ୍ରକାର ଫଳ, ୨୦ପ୍ରକାର ପନିପରିବା, ୨୦ପ୍ରକାର ଗୃହପାଳିତ ପଶୁ, ୨୧ପ୍ରକାର ବନ୍ୟ ପ୍ରାଣୀ, ୨୦ପ୍ରକାର ପକ୍ଷୀ, ୨୦ପ୍ରକାର ଫୁଲ, ୨୦ପ୍ରକାର ରଙ୍ଗ,୧୧ ପ୍ରକାର ଆକୃତି ରୂପ, ୨୪ ପ୍ରାଣୀ ପ୍ରାଣୀ, ୧୮ପ୍ରକାର ଯାନ, ୩୩ ପ୍ରକାର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ,ଏବଂ ଇଂରାଜୀ ବର୍ଣ୍ଣମାଳାର ଅକ୍ଷର ସହିତ ଜଡିତ ଶବ୍ଦଗୁଡ଼ିକୁ ଚିହ୍ନଟ ଏବଂ ନାମକରଣ କରିବା ପାଇଁ ‘ଆଇବିଆର ଆଚିଭର୍’ ଭାବରେ ରେକାସ୍ ଉପାଧି ଦିଆଯାଇଛି; ୨୦ଟି କାର୍ଯ୍ୟ କରିବା; ୧ ରୁ ୩୦ ପର୍ଯ୍ୟନ୍ତ ଗଣନା କରିବା; ୨୮ଟି ରାଜ୍ୟର ରାଜଧାନୀ ଏବଂ ୧୭ଟି ଜାତୀୟ ପ୍ରତୀକକୁ ମନେ ପକାଇବା,୧୯ଟି ଜି.କେ. ପ୍ରଶ୍ନର ଉତ୍ତର ଦେବା ପାଇଁ ସେ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଛନ୍ତି।
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପୁସ୍ତକର ମୁଖ୍ୟ ସମ୍ପାଦକ ଡକ୍ଟର ବିଶ୍ୱରୂପ ରାୟ ଚୌଧୁରୀ ଗୁରୁବାର ଦିନ ଏହି ଛୋଟ ଶିଶୁ ନିକଟକୁ ପ୍ରମାଣ ପତ୍ର, ପଦକ ପଠାଇ ଇଣ୍ଡିଆ ବୁକ ଅଫ ରେକର୍ଡସ ରେ ଆଇ ବି ଆର ଏଚିବର ଭାବେ ପୁରସ୍କୃତ କରିଛନ୍ତି, ଏତେ କମ ବୟସ ରେ ସଫଳତାର ସହିତ ସମସ୍ତ ପ୍ରଶ୍ନ ର ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଥିବା ଶିଶୁ ଏମ.ପ୍ରତ୍ୟୁଷ କୁମାର ଙ୍କୁ ଜିଲ୍ଲା ବାସୀଙ୍କ ପକ୍ଷରୁ ପ୍ରଶଂସାର ସୁଅ ଛୁଟୁଛି ।

ad-week
Leave A Reply

Your email address will not be published.