
ଘଟଗାଁ : ନିଶା ମହାରଣାଙ୍କ ସହ ଏଏସଆଇଙ୍କ ଫଟୋ ଭାଇରାଲ । ଆଇଟମ୍ ଗର୍ଲ ନିଶା ମହାରଣାଙ୍କ ସହ କେନ୍ଦୁଝର ପାଟଣା ଥାନା ଏଏସଆଇଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ ୮ ତାରିଖରେ ଟେଣ୍ଡରା ଗାଁରେ ଯାତ୍ରା ଚାଲିଥିବାବେଳେ ନିଶା ମହାରଣାଙ୍କୁ ଡାକାଯାଇଥିଲା । ତାଙ୍କ ନୃତ୍ୟ ଦେଖି କିଛି ଦର୍ଶକ ପେଣ୍ଡାଲ ଛାଡି ପଳାଇଥିଲେ । କିନ୍ତୁ ଯାତ୍ରା ସମୟରେ ଏଏସଆଇ ସରୋଜ ସେଠୀଙ୍କ ସହ ନିଶା ମହାରଣାଙ୍କ ଅନେକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଫଟୋ ଭାଇରାଲ ପରେ ପାଟଣା ଥାନା ଏଏସଆଇଙ୍କର ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଥିିିବା ଜଣାପଡିଛି ।