
ଉତ୍ତର କୋରିଆରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଚକିତ କରିଛି । ବିଶେଷ କରି ସାଉଥ୍ କୋରିଆନ୍ ଡ୍ରାମା (କେ-ଡ୍ରାମା) ସେୟାର କରୁଥିବାରୁ ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଛି । ଶୁକ୍ରବାର ସଂଯୁକ୍ତ ରାଷ୍ଟ୍ରର ମାନବଧିକାରୀଙ୍କୁ ଦାବି କରିଛନ୍ତି । ବିଦେଶୀ ଟିଭି ଶୋ ସେୟାର କରିବା ଭଳି ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦିଆଯାଉଛି ।
ସୂଚନାନୁଯାୟୀ, ଉତ୍ତର କୋରିଆକୁ ବିଶ୍ୱର ସବୁଠାରୁ କଟକଣାଯୁକ୍ତ ଦେଶ କରିଛି । ୨୦୧୪ ପରଠାରୁ କାର୍ଯ୍ୟାନୁଷ୍ଠାନକୁ କଠୋର କରାଯାଇଛି । ୨୦୧୫ ମସିହା ପରଠାରୁ ନାଗରିକମାନେ କାର୍ଯ୍ୟକାରୀ ହୋଇଥିବା ଏହି ଆଇନର ଆହୁରି ଅଧିକ ନଜର ଏବଂ ନିୟନ୍ତ୍ରଣର ସମ୍ମୁଖୀନ ହୋଇଛନ୍ତି । ଜାତିସଂଘ ମାନବାଧିକାର କାର୍ଯ୍ୟାଳୟର ମୁଖ୍ୟ ଜେମ୍ସ ହିନାନ ଜେନେଭାରେ କହିଛନ୍ତି ଯେ COVID-19 ପରଠାରୁ ମୃତ୍ୟୁଦଣ୍ଡ ସଂଖ୍ୟା ବୃଦ୍ଧି ପାଇଛି । ନୂଆ ଆଇନ ଅନୁଯାୟୀ, ବିଦେଶୀ ଟିଭି ଧାରାବାହିକ ବିଶେଷକରି ଦକ୍ଷିଣ କୋରିଆର ଲୋକପ୍ରିୟ ଟିଭି ଶୋ’ ସେୟାର କରିବା ପାଇଁ କିଛି ଲୋକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଯେତେବେଳେ ବିଶ୍ୱର ଅନ୍ୟ ଦେଶ Netflix, Disney+ ଏବଂ YouTube ରେ ଫିଲ୍ମ ଦେଖନ୍ତି ସେତେବେଳେ ଉତ୍ତର କୋରିଆରେ ଏମିତି କିଛି କରିବା ଜୀବନ ପାଇଁ ସବୁଠାରୁ ବଡ଼ ବିପଦ ପାଲଟିଛି । ଯେଉଁମାନେ ଏହି ଧାରାବାହିକଗୁଡ଼ିକୁ ସେମାନଙ୍କ ପଡ଼ୋଶୀ କିମ୍ବା ବନ୍ଧୁମାନଙ୍କ ସହିତ ସେୟାର କରନ୍ତି ସେମାନଙ୍କୁ ‘ଅପରାଧୀ’ ଘୋଷଣା କରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ଯାହାର ମୃତ୍ୟୁଦଣ୍ଡ ସଂଖ୍ୟା କୋଭିଡ୍- ୧୯ ପରଠାରୁ ବଢିବାରେ ଲାଗିଛି ।