୧୧୪ ନୂଆ ରାଫେଲ କିଣିବା ପାଇଁ ବାୟୁସେନାର ଭାରତ ସରକାରଙ୍କୁ ପ୍ରସ୍ତାବ

youtube

ଦିଲ୍ଲୀ : ଭାରତୀୟ ବାୟୁସେନା ଏହି ସପ୍ତାହରେ ଫ୍ରାନ୍ସରୁ ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଇଛି ।  ରିପୋର୍ଟ ଆସିଛି ଯେ ଭାରତ ମଧ୍ୟ ରୁଷର ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ Su-୫୭ ଉପରେ ନଜର ରଖିଛି ।  ଏକ ରୁଷୀୟ ଦଳ ଖୁବ୍ ଶୀଘ୍ର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ନାସିକ ପ୍ଲାଣ୍ଟ ପରିଦର୍ଶନ କରିବାକୁ ଯାଉଛି ।

୧୧୪ ଯୁଦ୍ଧବିମାନ କ୍ରୟ ନିମନ୍ତେ ବାୟୁସେନା ରକ୍ଷା ମନ୍ତ୍ରାଳୟକୁ ପ୍ରସ୍ତାବ ପଠାଇ ଦେଇଛି ।  ଏବେ ଏହା ଉପରେ ପ୍ରତିରକ୍ଷା ଓ ଅର୍ଥମନ୍ତ୍ରାଳୟ ସମେତ ଅନ୍ୟ ବିଭାଗ ବିଚାର କରିବେ ।  ଏହା ପରେ ଏହାକୁ ରକ୍ଷା କ୍ରୟ ବୋର୍ଡ (ଡିପିବି) ନିକଟକୁ ପହଞ୍ଚିବ ।   ଏହା ପରେ ଅଧିଗ୍ରହଣ ପରିଷଦ (ଡିଏସି)  ଏହା ଉପରେ ବିଚାର କରିବା ପରେ ଔପଚାରିକ ଡିଲରେ ସ୍ୱାକ୍ଷର ହେବ ।  ଫରାସୀ କମ୍ପାନୀ ଡାସଲ୍ଟ ଏଭିଏସନ ରାଫେଲର ଆଡଭାନ୍ସ ଭାରିଆଣ୍ଟ ଏଫ-୪ ଉପସ୍ଥାପନ କରିଛି ।

ସୁପର ରାଫେଲରେ ଉନ୍ନତ ରାଡାର, ଇଲେକ୍ଟ୍ରୋନିକ୍ ୱାରଫେୟାର ସିଷ୍ଟମ ଓ ନେଟୱାର୍କ ସେଣ୍ଟ୍ରିକ୍ ୱାରଫେୟାର କ୍ଷମତା ରହିଛି।  ଏଥିରେ ସାଟେଲାଇଟ୍ କମ୍ୟୁନିକେସନ ଓ ନୂଆ ୱିପନ ସିଷ୍ଟମ ଯୋଡା ଯାଇଛି। ଏହାକୁ ପଞ୍ଚମ ପିଢୀର ଫାଇଟର ଜେଟ୍ ପାଖାପାଖି ବିଚାର କରାଯାଉଛି ହେଲେ ଏହା ସମ୍ପୂର୍ଣ୍ଣ ‘ଷ୍ଟିଲଥ୍’ ଟେକ୍ନିକର ନୁହେଁ।  ଏଫ-୪ ଜେଟ୍ ରୁ ଭାରତୀୟ ବାୟୁସେନାକୁ ୬-୭ଟି ନୂଆ ସ୍କ୍ୱାଡ୍ରନ ମିଳିଯାଇପାରେ। ଏବେ ଭାରତରେ ରାଫେଲର ମାତ୍ର ୨ଟି ସ୍କ୍ୱାଡ୍ରନ ରହିଛି ।

ରୁଷ ଭାରତକୁ ସୋର୍ସ କୋଡ୍ ସହିତ SU-୫୭ ଷ୍ଟିଲ୍ଥ ଫାଇଟର ଜେଟ୍ ର ୧୦୦% ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରିବାକୁ ମଧ୍ୟ ପ୍ରସ୍ତାବ ଦେଇଛି । ରୁଷୀୟ ପ୍ରସ୍ତାବରେ କୁହାଯାଇଛି ଯେ ଯଦି ଭାରତ ରାଜି ହୁଏ, ତେବେ Su୫୭ ର ଉତ୍ପାଦନ ସେହି HAL ପ୍ଲାଣ୍ଟରେ ମଧ୍ୟ ଆରମ୍ଭ ହୋଇପାରିବ ଯେଉଁଠାରେ SU-୩୦ MKI ଉତ୍ପାଦନ କରାଯାଏ ।

ଭାରତୀୟ ବାୟୁସେନାର ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର ୪0 ରୁ ୬0 ଟି SU-୫୭ ଷ୍ଟିଲ୍ଥ ଫାଇଟର ଜେଟ୍ ପାଇଁ ରୁଷ ସହିତ ଏକ ଚୁକ୍ତି କରିପାରେ ଏବଂ ଏହାର ଉତ୍ପାଦନ ଭାରତରେ କରାଯାଇପାରିବ। ଭାରତର ପ୍ରତିରକ୍ଷା ସଚିବ ଆରକେ ସିଂହ ସମ୍ପ୍ରତି କହିଥିଲେ ଯେ ‘ଏକ ବନ୍ଧୁ ଦେଶ ସହିତ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ପାଇଁ ଏକ ଚୁକ୍ତି ବିଚାରାଧୀନ ଅଛି ।

ଭାରତ ୨୦୧୬ ମସିହାରେ ଫ୍ରାନ୍ସରୁ ୩୬ଟି ରାଫେଲ ଏଫ-୩ଆର କ୍ରୟ ନିମନ୍ତେ ପାଖାପାଖି ୫୯ ହଜାର କୋଟି ଟଙ୍କାର ଡିଲ କରିଥିଲା । ଏହି ଫାଇଟର ଜେଟ୍ ୨୦୨୦ ମସିହାରୁ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ।  ଭାରତ ନିମନ୍ତେ ଏଥିରେ ୧୩ଟି ସ୍ୱତନ୍ତ୍ର ପରିବର୍ତ୍ତନ କରାଯାଇଛି ।  ଚୀନ୍ ସହିତ ୨୦୨୦ ଲଦ୍ଦାଖ ବିବାଦ ସମୟରେ ରାଫେଲକୁ ମୁତୟନ କରାଯାଇଥିଲା । ଅପରେସନ ସିନ୍ଦୂର ସମୟରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ କରିବା ପାଇଁ ରାଫେଲକୁ ବ୍ୟବହାର କରାଯାଇଥିଲା ।

Leave A Reply

Your email address will not be published.