ଚିକିଟି ତହସିଲ ଡ଼ଭରା ଗାଁ ଠାରେ ବେଆଇନ ଚୋରା ବାଲି ଚାଲାଣ ସମ୍ପର୍କ ରେ ଜିଲ୍ଲାପାଳଙ୍କୁ ଅଭିଯୋଗ…

youtube

ବାଲି ଚୋରଙ୍କ ପଛରେ ଥିବା ସର୍ଦାର କିଏ…?? ସାଧାରଣ ରେ ପ୍ରଶ୍ନ

ଅସ୍ମିତାକୁ ବଞ୍ଚେଇବା ପାଇଁ ବିଜେଡ଼ିର କପି ପେଷ୍ଟ ଚୋରିକୁ ବନ୍ଦ କରନ୍ତୁ ମୋହନ ସରକାର….!

ବ୍ରହ୍ମପୁର: ଚୋରା ବାଲି ମାଫିଆ ମାନେ ଇନ୍ଦ୍ର ଚନ୍ଦ୍ର ଆଉ ମାନୁ ନାହାନ୍ତି। ଗଞ୍ଜାମ ଜିଲ୍ଲାରେ ବେଆଇନ ବାଲି ଘାଟ କୋଣ ଅନୁକୋଣ ରେ ଖୁଲାମ ଖୁଲା ଚାଲିଛି। ଜିଲ୍ଲା ରେ ଖଣି ମନ୍ତ୍ରୀ ଥାଇବି ପ୍ରଶାସନିକ ଅଧିକାରୀ ମାନେ ଲୋକଙ୍କ ଅଭିଯୋଗ ଶୁଣିବାକୁ ନାରାଜ। ଚିକିଟି ତହସିଲ ଅଞ୍ଚଳର ଡ଼ଭରା ନିକଟରେ ବାଲି ମାଫିଆ ମାନେ ଜେସିବି ଦ୍ୱାରା ଦିନ ଦିପହରେ ଚୋରା ବାଲି ଚାଲାଣ କରୁଛନ୍ତି। ଯାହା ଫଳରେ ତେଣ୍ଟିଆପଡା, ଡ଼ାବରା ସିଂ ଓ ଧାନରାଶି ଗାଁ ର ଲୋକେ ଅତିଷ୍ଟ ହୋଇ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହାର ଏକକତା ନକଲ ମୁଖ୍ୟମନ୍ତ୍ରୀ, ଖଣି, ରାଜସ୍ୱ ଓ ଘରୋଇ ସଚିବ ଙ୍କ ନିକଟକୁ ପ୍ରେରଣ କରିଛନ୍ତି। ଗତ କାଲି ମୋହନ ସରକାରଙ୍କ ଖଣି, ରାଜସ୍ୱ ଓ ଘରୋଇ ବିଭାଗ ର ସ୍ଥାନୀୟ ବାବୁ ମାନଙ୍କ ମୁଖା ବାଲେଶ୍ୱର ସାଂସଦ ଖୋଲି ଦେଇଛନ୍ତି। ଏହି ତିନି ବିଭାଗର ବାବୁ ମାନେ ବାଲି ମାଫିଆ ମାନଙ୍କ ସହ ହାତକୁ ହାତ ମିଶାଇ କିପରି ଲଘୁ ଖଣିଜ ଦ୍ରବ୍ୟ ଲୁଟୁଛନ୍ତି, ତାହାର ନଗ୍ନ ନମୁନା ନନା ଗ୍ରାଉଣ୍ଡ ଜିରୋ କୁ ଯାଇ ଦେଖାଇଛନ୍ତି। ମାଫିଆ ମାନେ ସ୍ଥାନୀୟ ନେତା ମାନଙ୍କ ଗେଲ୍ହା ପୁଅ ସାଜିଥିବା ଯୋଗୁଁ ପୋଲିସ. ଖଣି ଓ ରାଜସ୍ୱ ବିଭାଗ ନାଚାର ହୋଇ ଜଳକା ସାଜିଥିବା ଦେଖିବାକୁ ମିଳୁଛି। ଜିଲ୍ଲାର ପୁରୁଷୋତ୍ତମପୁର, ଚିକିଟି, ହିଞ୍ଜିଳି, ଶେରଗଡ଼, ଧରାକୋଟ, ଆସିକା ଅଞ୍ଚଳ ଏବେ ଚୋରା ବାଲି ମାଫିଆ ମାନଙ୍କ ପାଇଁ ହୋଲିଡେ ହୋମ ପାଲଟିଛି। ଖଣି ମନ୍ତ୍ରୀଙ୍କ ଜିଲ୍ଲାରେ ଖୁଲାମ ଖୁଲା ଖଣିଜ ଦ୍ରବ୍ୟ ଲୁଟ ହେଉଛି। ରାଜସ୍ୱ ମନ୍ତ୍ରୀ କହୁଛନ୍ତି ପ୍ରମାଣ ଦିଅ କାହାକୁ ବି ଛଡାଯିବ ନାହିଁ। ଡ଼ବଲ ଇଞ୍ଜିନର ସର୍ଦ୍ଧାର ମାନେ କେବଳ ବାକ୍ୟବୀର ରେ ସୀମିତ ରହିଥିବା ଲକ୍ଷ କରାଯାଇଛି। ସାଧାରଣ ଲୋକେ କେବଳ ଅସ୍ମିତା କୁ ଦ୍ୱାହି ଦେଇ ଚୁପଚାପ ଦେଖିବା ସାର ହୋଇଛି। ମୁଖ୍ୟମନ୍ତ୍ରୀ ପ୍ରମାଣ ମାଗୁଛନ୍ତି

ସରକାର ପାଇଁ ଜିଲ୍ଲା ପ୍ରଶାସନ ଆଜି କୋମାରେ..!

ଯେତେବେଳେ ଆସିକା ବିଧାୟକ ଖୁଲାମ ଖୁଲା ବାଲି ଗୁତା ଧାରୀ ଠାରୁ ବଟି ମାଗିବା ଅଡିଓ ବାଇରଲ ହେଲା ଯାହା ଜିଲ୍ଲାରୁ ଯାଇ ରାଜ୍ୟରେ ଚର୍ଚ୍ଚା ହେଲା ଲୋକ ଦେଖାଣିଆ ପାଇଁ ତଦନ୍ତ ଭିଜିଲାନ୍ସ ବିଭାଗ କୁ ଦିଆ ଗଲା ଯାହାକି ନାଲି ଫିତା ତଳେ ଦବି ଗଲା, ସେତେବେଳେ ମହନ ସରକାର କଣ ଆଖିରେ ଅନ୍ଧ ପୁଟଳି ବାନ୍ଧି ଥିଲେକି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି l ଗଞ୍ଜାମ ଜିଲ୍ଲା ବର୍ତ୍ତମାନ ମାଫିଆ ମାନଙ୍କ ହାତରେ ସରକାରୀ ବାବୁ ମାନେ କେବଳ ଏଠାରେ ଗୁଲାମ ଗିରି କରୁଛନ୍ତି ବୋଲି ବିଭିନ୍ନ ଖଟିରେ ଚର୍ଚ୍ଚା ହେଲାଣି l ମାଫିଆ ମାନଙ୍କ ବିରୋଧ ରେ ଅଭିଯୋଗ କରି କିଛିବି ଲାଭ ନାହିଁ କାରଣ ପ୍ରଶାସନ କରିବ କଣ..? କେବଳ ଅଭିଯୋଗ କାରୀ ଆକ୍ରୋଶ ର ଶିକାର ହେବା କଥା l ହୁଏତ ମୁଣ୍ଡ ବି ଗଡି ପାରେ ତେଣୁ ଏହି ସରକାର ଠାରୁ ଅଭିଯୋଗ ର ଫଳ ଆଶା କରିବା ମୂର୍ଖାମୀ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଲେଣି l

Leave A Reply

Your email address will not be published.