ଭଡ଼ା ଘରେ ଚାଲିଛି ଓଡ଼ଗାଁ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ: ଧାର୍ଯ୍ୟ ଭଡ଼ା ନଦେବାରୁ ଓଡ଼ଗାଁ ଅଦାଲତରେ ମାମଲା ରୁଜ୍ଜୁ…

add-all


ନୟାଗଡ଼:ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ, ଓଡ଼ଗାଁ ଶାଖା କାର୍ଯ୍ୟାଳୟ ଟି ଭଡ଼ାଘରେ ଚାଲୁଥିବା ବେଳେ ଘର ମାଲିକଙ୍କ ଦ୍ବାରା ଧାର୍ଯ୍ୟ ଭଡ଼ା ବ୍ୟାଙ୍କ ନଦେଇ ଅଯଥା ସମୟ ଗଡ଼ାଇ ଚାଲିଥିବାରୁ ଏନେଇ ଘର ମାଲିକ ପୂର୍ଣ୍ଣଚନ୍ଦ୍ର ସାହୁ ଓଡ଼ଗାଁ ଦେୱାନୀ ଅଦାଲତରେ କେସ ନମ୍ବର ୧୯୧/୨୫ ରେ ଏକ ମାମଲା ରୁଜ୍ଜୁ କରିଛନ୍ତି ।ସୂଚନା ଅନୁଯାୟୀ , ଉକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଓଡ଼ଗାଁ ଶାଖା ଚାଲିଥିବା ଭଡାଘରର ଚୁକ୍ତିନାମା ୨୦୨୪ ନଭେମ୍ବର ୩୦ ତାରିଖରୁ ଶେଷ ହୋଇଛି । ଘରଭଡ଼ା ବୃଦ୍ଧି ସହିତ ପୁନଃ ନୂତନ ଚୁକ୍ତିନାମା କରିବା ନେଇ ଘର ମାଲିକ ପୂର୍ଣ୍ଣଚନ୍ଦ୍ର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ।କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ନଦେଇ ପୂର୍ବ ନିର୍ଦ୍ଧାରିତ ଚୁକ୍ତି ଅନୁସାରେ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ସମସ୍ତ ଘରଭଡ଼ା ଅର୍ଥ ଦେଇଥିଲେ ।ଏଥିରେ ଘର ମାଲିକ ଅସନ୍ତୋଷ ପ୍ରକାଶ କରି ଘର ଖାଲି କରିବାକୁ ନୋଟିସ କରିବାରୁ ବ୍ୟାଙ୍କ ସମ୍ପାଦକ ଅଭୟ ପଟ୍ଟନାୟକ ୬ମାସ ସମୟ ମାଗିଥିଲେ ।ଏହି ସମୟ ଅବଧି ପୂର୍ଣ୍ଣ ପରେ ପୁଣି ୨ମାସ ସମୟ ମାଗିଥିଲେ ।ମାତ୍ର ଏହି ସମୟ ମଧ୍ୟ ଅତିକ୍ରାନ୍ତ କରିଥିବା ବେଳେ ନୂତନ ଭଡ଼ା ଧାର୍ଯ୍ୟ ସହିତ ଚୁକ୍ତିନାମା ହୋଇ ନଥିବାରୁ ଘର ମାଲିକ ପୂର୍ଣ୍ଣଚନ୍ଦ୍ର ଉତକ୍ଷିପ୍ତ ହୋଇ କୋର୍ଟରେ ମାମଲା ରୁଜ୍ଜୁ କରିଛନ୍ତି।

ad-week
Leave A Reply

Your email address will not be published.