ଡ଼ବଲ ଇଞ୍ଜିନ ସରକାର ଦେଉଛି ଚାଷୀଙ୍କୁ ଡବଲ ଦୁଃଖ :ଚାଷୀଙ୍କୁ ସାର ଯୋଗାଇବା ରେ ସରକାର ବିଫଳ….!

add-all

ଅଭାବୀ ସାର ବିକ୍ରି ନେଇ ଚାଷୀ ରାଜ ରାସ୍ତା ରେ…


ଭୁବନେଶ୍ୱର /ବ୍ରହ୍ମପୁର: ସାରା ରାଜ୍ୟରେ ସାର ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ନୋଟ ବନ୍ଦୀ ଠାରୁ ଲୋକଙ୍କୁ ସରକାର ଲାଇନରେ ଛିଡା କରେଇବାର ଅଭ୍ୟାସ କରିସାରିଲେଣି। ସୁଭଦ୍ରା ଯୋଜନା ହେଉକି ରାସନ କାର୍ଡ ସଂଶୋଧନ ହେଉକି ଆଧାର ପାନ ଲିଙ୍କ ଲୋକଙ୍କୁ ଧାଡିରେ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଥିବା ଲକ୍ଷ କରାଯାଇଛି।ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଫମ୍ପା ଧୂଆଁବାଣ ଦେଇ ଲୋକଙ୍କୁ ଭକୁଆ ବନା ଯାଉଥିବା ଚର୍ଚ୍ଚା ହେଲାଣି। ଓଡିଶା ର ପ୍ରତ୍ୟେକ ଜିଲ୍ଲାରେ କୋଣ ଅନୁକୋଣରେ ଚାଷୀଙ୍କୁ ସାର ନେବା ପାଇଁ ଲମ୍ବା ଲାଇନ ରେ ଦୀର୍ଘ ଘଣ୍ଟା ଅପେକ୍ଷା କରିବା ପରେ ବି ସାର ମିଳୁନାହିଁ। ଚାଷ କାର୍ଯ୍ୟ ଅଧାରୁ ଅଧିକ ସରିଥିବା ବେଳେ ସାରର ନିହାତି ଆବଶ୍ୟକ ଥିବା ବେଳେ ସାର ପର୍ଯ୍ୟାପ୍ତ ପରିମାଣରେ ନମିଳିବା ଯୋଗୁଁ ଚାଷୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି।ସାର ଯେତିକି ପରିମାଣରେ ଦରକାର ସେତିକି ପରିମାଣର ନଆସିବା ଯୋଗୁଁ ସାରର ଅଭାବ ଦେଖା ଦେଇଛି। ଆଳୁ ସମସ୍ୟା ଯେମିତି ସରକାରଙ୍କୁ ଦୀର୍ଘ ଦିନ ଲାଗିଲା ଦୂର କରିବାକୁ ସେମିତି ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇବା ରେ ସରକାର ଏବେ ବିଫଳ ହୋଇଥିବା ଚାଷୀଙ୍କ ମଧ୍ୟରେ ଆଲୋଚନା ର ବିଷୟ ହୋଇଛି। ମୁଖ୍ୟତଃ ନବରଙ୍ଗପୁର, ଗଞ୍ଜାମ, ମାଲକାନଗିରି, ରାୟଗଡା, ସୁନ୍ଦରଗଡ଼, ଫୁଲବାଣୀ, ଗଜପତି ଆଦି ଜିଲ୍ଲା ରେ ଅଭାବୀ ସାର ବିକ୍ରି ଯୋଗୁଁ ଚାଷୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହୋଇ ଆନ୍ଦୋଳନ କୁ ଆସିଲେଣି l ଠିକ ସମୟ ରେ ଚାଷୀ ଯଦି ସାର ନପାଏ ତେବେ ଋଣ ରେ ବୁଡି ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ l ତେଣୁ ସରକାର ଏହି ଅଭାବୀ ସାର ସମସ୍ୟା କିପରି ଦୂର କରିବେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସଚେତନ ନାଗରିକ ମାନେ ଦାବୀ କରୁଛନ୍ତି l

ad-week
Leave A Reply

Your email address will not be published.