ସୁଶୀଳାଙ୍କ କ୍ୟାବିନେଟରେ ସାମିଲ ହେଲେ ୩ ନୂଆ ମନ୍ତ୍ରୀ

add-all

କାଠମାଣ୍ଡୁ: ନେପାଳର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ସୁଶୀଳା ନିଜ କ୍ୟାବିନେଟରେ ୩ ନୂଆ ମନ୍ତ୍ରୀଙ୍କୁ ସାମିଲ କରିଛନ୍ତି। ସୋମବାର ଏକ କାର୍ଯ୍ୟକ୍ରମରେ ଏହି ୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଛନ୍ତି।

ତେବେ​‌ ସୁଶୀଳାଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ରହିଛନ୍ତି କୁଲମାନ ଘିସିଂ। କୁଲମାନ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କୁ ଜେନ-ଜେଡ୍‌ର ଗୋଟିଏ ଗୋଷ୍ଠୀ ପ୍ରଧାନମନ୍ତ୍ରୀ କରିବାକୁ ଦାବି କରିଥିଲା। ସେ ପ୍ରଧାନମନ୍ତ୍ରୀ ରେସରେ ବି ରହିଥିଲେ। କିନ୍ତୁ ରାଷ୍ଟ୍ରପତି ଏବଂ ସେନାମୁଖ୍ୟଙ୍କ ଆଲୋଚନା ପରେ ସୁଶୀଳାଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଥିଲା।

କୁଲମାନଙ୍କ ବ୍ୟତୀତ ଅନ୍ୟ ଦୁଇ ଜଣ ମନ୍ତ୍ରୀ ହେଲେ ଓମ ପ୍ରକାଶ ଆରିୟଲ ଏବଂ ରାମେଶ୍ଵର ଖନାଲ। ଆରିୟଲ ଦୁର୍ନୀତି ବିରୋଧରେ କାର୍ଯ୍ୟ ପାଇଁ ବେଶ ଜଣାଶୁଣା। ଏହାବ୍ୟତୀତ ଶାସନ ପରିଚାଳନା ଏବଂ ମାନବାଧିକାର କ୍ଷେତ୍ରରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ତାଙ୍କୁ ଗୃହ, ଆଇନ, ନ୍ୟାୟ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପୋର୍ଟଫୋଲିଓ ପ୍ରଦାନ କରାଯାଇଛି। ରାମେଶ୍ଵର ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ। ତାଙ୍କୁ ଅର୍ଥ ମନ୍ତ୍ରଣାଳୟ ମିଳିଛି।

ସେହିପରି କୁଲମାନଙ୍କୁ ଶକ୍ତି, ଭିତ୍ତିଭୂମି, ପରିବହନ ଏବଂ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦିଆଯାଇଛି। 

ad-week
Leave A Reply

Your email address will not be published.