ଅଧାରାସ୍ତାରେ ଝୁଲିଲା ମନୋରେଲ୍

youtube

ମୁମ୍ବାଇ : ମହାରାଷ୍ଟ୍ରରେ ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି । ରବିବାର ରାତିରେ ପ୍ରବଳ ବର୍ଷା ହୋଇ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାଣି ଜମିଛି । ଏହାରି ମଧ୍ୟରେ ମୁମ୍ବାଇର ୱଡାଲା ଅଞ୍ଚଳରେ ଏକ ମନୋରେଲ ଠପ୍ ହୋଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମନୋରେଲ ଅଧାରାସ୍ତାରେ ଠପ୍ ହୋଇଯାଇଛି । ଏହି ଘଟଣା ପରେ ଯାତ୍ରୀ ଭୟଭୀତ ହୋଇପଡିଛନ୍ତି । ଘଟଣା ପରେ ଦମକଳ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର ଜାରି ରଖିଛି ।

ଯେଉଁ ଯାତ୍ରୀ ମନୋରେଲରେ ଫସିଥିଲେ, ସେମାନଙ୍କୁ ବାହାର କରାଯାଇ ଅନ୍ୟ ଏକ ମନୋରେଲରେ ବସାଯାଇଛି । ମନୋରେଲ କର୍ପୋରେସନରେ ସପ୍ଲାଇରେ ତ୍ରୁଟି ଆସିଥିବା ଜଣାପଡିଥିଲା । ଯାହାପରେ ଯାଞ୍ଚ କରାଯାଉଛି । ଏମଏମଆରଡିଏର ଜନସଂପର୍କ ଅଧିକାରୀ କହିଛନ୍ତି, ୱାଡାଲାରେ ମନୋରେଲ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସିବା ଯୋଗୁଁ ୧୭ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏମାନଙ୍କୁ ଆଉ ଏକ ମନୋରେଲରେ ବସାଯାଇ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି । ଯାତ୍ରୀମାନଙ୍କୁ ସକାଳ ୭.୪୫ରୁ ସୁରକ୍ଷିତ ଭାବେ କଢାଯାଇଥିଲା ।

ସୂଚନାଯୋଗ୍ୟ, ପ୍ରବଳ ବର୍ଷା ମଧ୍ୟରେ ମୁମ୍ବାଇରେ ଏକ ମନୋ ରେଲ୍ ଟ୍ରେନ୍ ଫସି ଯାଇଥିଲା । ଏଥିଯୋଗୁଁ ପ୍ରାୟ ୮ ଶହ ଯାତ୍ରୀ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଫସି ରହିଥିଲେ । ମନୋରେଲ୍ ଏକ ଉଚ୍ଚ ଟ୍ରାକରେ ଯାତ୍ରା କରୁଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ ଏହା ହଠାତ ଠପ୍ ହୋଇଯାଇଥିଲା । ମୁମ୍ବାଇ ମେଟ୍ରୋପଲିଟାନ୍ ରିଜିଅନ୍ ଡେଭେଲପ୍ମେଣ୍ଟ ଅଥରିଟି) କହିଥିଲେ, ଟ୍ରେନ୍ଟି ସନ୍ଧ୍ୟା ପ୍ରାୟ ୬.୧୫ ସମୟରେ ଚେମ୍ବୁରରୁ ଭକ୍ତି ପାର୍କ ମଧ୍ୟରେ ଫସିଯାଇଥିଲା । ଟ୍ରେନରେ ଏସି ବନ୍ଦ ହୋଇଯିବାରୁ ସେମାନେ ଅଣନିଶ୍ବାସୀ ହୋଇଯାଇଥିଲେ । ଯାତ୍ରୀମାନେ ମଧ୍ୟ ଝରକା କାଚ ଡେଇଁ ବାହାରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.