
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ୱାକଫ୍ ସଂଶୋଧନ ଆଇନ ୨୦୨୫ର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ତାଙ୍କର ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତା ୱାକଫ୍ ସଂଶୋଧନ ଆଇନ ୨୦୨୫ର ବୈଧତା ଉପରେ କୌଣସି ରାୟ ଦେଇନାହାଁନ୍ତି ଏବଂ ଆଇନକୁ ସ୍ଥଗିତ ରଖିବାକୁ ମନା କରିଛନ୍ତି । କିନ୍ତୁ ଏହାର ଧାରା ଗୁଡିକୁ ସ୍ଥଗିତ ରଖିବା ସମୟରେ କିଛି ସର୍ତ୍ତ ରଖିଛନ୍ତି । ସର୍ବୋଚ୍ଚ ଅଦାଲତ ଆଇନର ୨ଟି ଧାରା ଉପରେ ସ୍ଥଗିତ ରଖିଛନ୍ତି । ଏହାସହିତ ସର୍ତ୍ତାବଳୀ ସ୍ଥିର କରି ସେମାନଙ୍କର ଅନୁପାଳନ ସୁନିଶ୍ଚିତ କରିବାକୁ କହିଛନ୍ତି । ବିଶେଷ କରି ୫ବର୍ଷର ଆବଶ୍ୟକତାର ବ୍ୟବସ୍ଥାକୁ ନିଷିଦ୍ଧ କରିଛନ୍ତି । ଧାରା ୩୭୪କୁ ନିଷିଦ୍ଧ କରାଯାଇଛି । ରାଜସ୍ୱ ରେକର୍ଡ ସହିତ ଜଡିତ ଧାରା ନିଷିଦ୍ଧ କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ୱାକଫ୍ ବୋର୍ଡରେ ରହିବେ ନାହିଁ ୩ରୁ ଅଧିକ ଅଣମୁସଲିମ୍ । ସମ୍ପୂର୍ଣ୍ଣ ଆଇନରେ ରୋକ୍ ଲଗାଇବାର ଆବଶ୍ୟକତା ନାହିଁ । ବିବାଦର ସମାଧାନ ଜିଲାପାଳ କରିପାରିବେ ନାହିଁ । ୱାକଫ୍ ବୋର୍ଡର ସିଇଓ ଜଣେ ମୁସଲିମ୍ ହେବା ଆବଶ୍ୟକ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।
ଟ୍ରିବ୍ୟୁନାଲର ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ କୌଣସି ପକ୍ଷ ବିରୋଧରେ ତୃତୀୟ ପକ୍ଷ ଅଧିକାର ସୃଷ୍ଟି କରାଯାଇପାରିବ ନାହିଁ । ଜିଲାପାଳଙ୍କୁ ଏପରି ଅଧିକାର ଦେଉଥିବା ବ୍ୟବସ୍ଥା ସ୍ଥଗିତ ରହିବ । ସୁପ୍ରିମକୋର୍ଟ ଆଇନକୁ ସ୍ଥଗିତ ରଖିବାକୁ ମନା କରି କହିଛନ୍ତି ଯେ ଯେକୌଣସି ଆଇନର ସାମ୍ବିଧାନିକ ସପକ୍ଷରେ ସର୍ବଦା ଏକ ଅନୁମାନ ଥାଏ । ଏବଂ କେବଳ ଅତି ବିରଳ ମାମଲାରେ ହସ୍ତକ୍ଷେପ କରାଯାଏ । ତେଣୁ ସୁପ୍ରିମକୋର୍ଟ ଆଇନକୁ ସ୍ଥଗିତ ରଖିପାରିବେ ନାହିଁ । ଗତ ମେ ୨୨ରେ ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ । ୨୦୨୫ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ବେଳେ କେତେକ ଆବେଦନ ଉପରେ ଅନ୍ତରୀଣ ରାୟ ଶୁଣାଇଛନ୍ତି ମୁଖ୍ୟ ବିଚାରପତି ବି.ଆର ଗବଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ।