ପୁଣି ବଦଳିଲା ଜେନ-ଜିଙ୍କ ସ୍ବର, ସୁଶୀଳା କାର୍କିଙ୍କ ବିରୋଧରେ ଆରମ୍ଭ ହେଲାଣି ଅସନ୍ତୋଷ

youtube

କାଠମାଣ୍ଡୁ : ନେପାଳରେ ଜେନ-ଜିଙ୍କ ବିକ୍ଷୋଭ ପରେ ଧୀରେ ଧୀରେ ଶାନ୍ତି ଫେରୁଛି । ସୁଶୀଳା କାର୍କି ଅନ୍ତରୀମ ପ୍ରଧାନମନ୍ତ୍ରୀ ହେବା ପରେ କିଛି ସ୍ଥାନରୁ କର୍ଫ୍ୟୁ ହଟାଇ ଦିଆଯାଇଛି । କିନ୍ତୁ ସୁଶୀଳା କାର୍କି ଶପଥ ଗ୍ରହଣ କରିବାର ୩ ଦିନ ଭିତରେ ପୁଣି ଜେନ-ଜି ବିରୋଧ କରୁଛନ୍ତି । ନୂଆ ଅନ୍ତରୀଣ ସରକାର ଗଠନ ହେବା ମାତ୍ରେ ଅସନ୍ତୋଷ ଓ ବିଦ୍ରୋହର ସ୍ୱର ଶୁଣାଯାଉଛି । ସରକାରରେ ଯୋଗ ଦେଉଥିବା ନୂତନ ମନ୍ତ୍ରୀମାନଙ୍କୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ରହିଛି । ନେପାଳର ଜେନ-ଜି ଆନ୍ଦୋଳନର ମୁଖ୍ୟ ସୁଦାନ ଗୁରୁଙ୍ଗ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ବିରୋଧରେ କଠୋର ଶବ୍ଦ ବ୍ୟବହାର କରି କହିଥିଲେ ।

ସୁଦାନ ଗୁରୁଙ୍ଗ କହିଛନ୍ତି, ମୁଁ ଯାହାଙ୍କୁ ପ୍ରଧାନମନ୍ତ୍ରୀ ଚୌକିରେ ବସାଇଛି ତାଙ୍କୁ ହଟାଇବା ପାଇଁ ମୋତେ ଅଧିକ ସମୟ ଲାଗିବ ନାହିଁ । ସୁଦାନ ଗୁରୁଙ୍ଗ ଯୁବକମାନଙ୍କୁ ସଂଗଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । କିନ୍ତୁ ସୁଦାନ ଗୁରୁଙ୍ଗ ଏବେ ସୁଶୀଳା କାର୍କିଙ୍କ ଉପରେ କ୍ଷୁବ୍ଧ ଥିବା ପରି ମନେ ହେଉଛି ।

ସରକାରରେ ସାମିଲ ହେବାକୁ ଥିବା ମନ୍ତ୍ରୀମାନଙ୍କ ଚୟନ ପ୍ରକ୍ରିୟାରୁ ଦୂରେଇ ରହିବାର ଅସନ୍ତୋଷ ମଧ୍ୟ ସୁଦାନଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଉଛି । ରବିବାର ରାତିରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ଜେନ-ଜି ଗୋଷ୍ଠୀ ସୁଶୀଳା କାର୍କିଙ୍କ ଇସ୍ତଫା ଦାବି କରିଥିଲେ ।

ଖବର ମୁତାବକ, ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ମନ୍ତ୍ରିମଣ୍ଡଳର ବିସ୍ତାର ହେବାକୁ ଯାଉଛି । ଏହି ସମୟରେ ତିନି ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ସୁଶୀଳା କାର୍କିଙ୍କ ଦ୍ୱାରା ଅନେକ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ ହେବା ପରେ ମଧ୍ୟ, କେବଳ ତିନି ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

ଶପଥ ଗ୍ରହଣ କରୁଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଓମପ୍ରକାଶ ଆର୍ଯ୍ୟଲ, ରାମେଶ୍ୱର ଖାନଲ ଏବଂ କୁଳମାନ ଘିସିଂ ଅଛନ୍ତି । ରିପୋର୍ଟ ଅନୁଯାୟୀ, ଓମପ୍ରକାଶ ଆର୍ଯ୍ୟଲଙ୍କୁ ଗୃହମନ୍ତ୍ରୀ ଦାୟିତ୍ୱ ଦିଆଯାଇପାରେ । ତାଙ୍କୁ ନ୍ୟାୟ ମନ୍ତ୍ରଣାଳୟ ମଧ୍ୟ ଦିଆଯାଇପାରେ । ସେହିପରି ପୂର୍ବତନ ଅର୍ଥ ସଚିବ ରାମେଶ୍ୱର ଖାନଲଙ୍କୁ ଅର୍ଥମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଯାଇପାରେ । କୁଲମାନ ଘିସିଂଙ୍କୁ ଶକ୍ତି ମନ୍ତ୍ରଣାଳୟ ସହିତ ଅନ୍ୟ କିଛି ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇପାରେ ।

ନେପାଳରେ ଜେନ-ଜି ବିରୋଧ ପ୍ରଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ରାଷ୍ଟ୍ରପତି ଇସ୍ତଫା ଦେଇଛନ୍ତି । ଏହାପରେ ଜେନ-ଜିଙ୍କ ସୁପାରିଶରେ ସୁଶୀଳା କାର୍କିଙ୍କୁ ଅନ୍ତରୀମ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଛି । ତେବେ ନେପାଳରେ ଆସନ୍ତାବର୍ଷ ମାର୍ଚ୍ଚ ୫ରେ ନିର୍ବାଚନ ହେବ ।

Leave A Reply

Your email address will not be published.