
ନୂଆଦିଲ୍ଲୀ : ବେଆଇନ ବେଟିଂ ଆପ୍ ସହିତ ଜଡିତ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ । ଏହି ମାମଲାରେ ଅନେକ ନାମୀଦାମୀ ପରିଚିତ ଲୋକଙ୍କୁ ପଚରାଉଚରା କରୁଛି ଇଡି । ଇଡି ସ୍କାନରେ ଏବେ ଯୁବରାଜ ସିଂ, ରବିନ ଉଥପ୍ପା ଏବଂ ଅଭିନେତା ସୋନୁ ସୁଦ । ଅନଲାଇନ ଆପ ପ୍ରଚାର ଓ ମନିଲଣ୍ଡିଂ ମାମଲାରେ ପୂର୍ବତନ କ୍ରିକ୍ରେଟର ଯୁବରାଜ ସିଂ । ସେପେମ୍ବର ୨୩ ତାରିଖରେ ହାଜର ପାଇଁ ଇଡି ସମନ ଜାରି କରିଛି ।
ସେହପରି ରବିନ ଉଥପ୍ପା ବି ଇଡି ସ୍କାନରକୁ ଆସିଛନ୍ତି । ଆସନ୍ତା ୨୨ରେ ହାଜର ପାଇଁ କହିଛି ଇଡି । ଅନଲାଇନ ଆପ 1xBet ପ୍ରଚାର ନେଇ ଯୁବରାଜ ଓ ରବିନ ଉଥପ୍ପାଙ୍କୁ ପଚରାଉଚା ପାଇଁ ଡକାଯାଇଛି । ରବିନ ଉଥାପ୍ପାଙ୍କୁ ଅନଲାଇନ୍ ବେଟିଂ ଆପ୍ 1xBet ର ପ୍ରଚାର ସହିତ ଜଡିତ ଅଭିଯୋଗରେ ସମନ କରାଯାଇଛି । ରବିନ ଉଥାପ୍ପା ୨୦୦୭ରେ ଖେଳାଯାଇଥିବା ପ୍ରଥମ T20 ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳରେ ସାମିଲ ରହିଥିଲେ । ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ଏକ ରୋମାଞ୍ଚକର ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ରନରେ ପରାସ୍ତ କରିଥିଲା ।
ସେହିପରି ଅଭିନେତା ସୋନୁ ସୁଦଙ୍କୁ ବି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତା ୨୪ରେ ହାଜର ହେବାକୁ କୁହାଯାଇଛି । କେବଳ ସୋନୁ ସୁଦ ନୁହେଁ ଉର୍ବଶୀ ରୌତେଲା, ମିମି ଚକ୍ରବର୍ତ୍ତୀ ମଧ୍ୟ ଏଥିରେ ସାମିଲ ରହିଛନ୍ତି ।
ପୂର୍ବରୁ ଏହି ମାମଲାରେ ଶିଖର ଧୱନ, ସୁରେଶ ରାଇନା ଓ ହରଭଜନ ସିଂଙ୍କୁ ଇଡି ପଚରାଉଚରା କରିସାରିଛି । ଏହି ଅନଲାଇନ ବେଟିଂ ଆପ୍ ମାଧ୍ୟମରେ ଅନେକ ନିବେଶକ ଏବଂ ସାଧାରଣ ଲୋକଙ୍କୁ କୋଟି କୋଟି ଟଙ୍କା ଠକେଇ କରାଯାଇଥିଲା, ଏବଂ ବଡ଼ ପରିମାଣରେ ଟିକସ ଫାଙ୍କି ଦିଆଯାଇଥିଲା ।