
ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ମୌସୁମୀ ତାଣ୍ଡବ ରଚିଛି । ଡେରାଡୁନର ସସ୍ତଧାରାଠାରେ ବାଦଲ ଫଟା ବର୍ଷା ଯୋଗୁଁ ଅରାଜକତା ଦେଖାଦେଇଛି । ଅନେକ ଲୋକ ନିଖୋଜ ଥିବା ସୂଚନା ମଧ୍ୟ ମିଳିଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଡେରାଡୁନର ମାଲଦେବତା-କେସରୱାଲା ଅଞ୍ଚଳରେ ବାଦଲଫଟା ବର୍ଷାରେ ପ୍ରଭାବିତ ହେଉଥିବା ଅଞ୍ଚଳକୁ ପରିଦର୍ଶନ କରିଛନ୍ତି, ଯାହାର ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ, ଦେଖାଯାଉଛି ଯେ ମୁଖ୍ୟମନ୍ତ୍ରୀ ଧାମି ଜେସିବିରେ ଚଢ଼ି ସେହି ଅଞ୍ଚଳ ପରିଦର୍ଶନ କରିବାକୁ ଯାଉଛନ୍ତି । ଏଥିସହ ଏହି ମହାନ ବ୍ୟକ୍ତି ଅର୍ଥାତ୍ ମୁଖ୍ୟମନ୍ତ୍ରୀ ଧାମିଙ୍କର ମଧ୍ୟ ଆଜି ଜନ୍ମଦିନ ।