ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧି

youtube

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷରେ ପାଦ ଥାପିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଜନ୍ମିଦନରେ ଶୁଭକାମନା ଜଣାଉଛି । ଏହାସହିତ ସୁସ୍ଥ ସ୍ବାସ୍ଥ୍ୟ ପାଇଁ କାମନା ମଧ୍ୟ କରୁଛି ।

ତେବେ କେବଳ ରାହୁଲ ଗାନ୍ଧି ନୁହେଁ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ ମଧ୍ୟ ୭୫ ତମ ଜନ୍ମିଦନରେ ଶୁଭେଚ୍ଛା ଜଣାଇଛନ୍ତି । ଖଡଗେ ଏକ୍ସରେ ପୋଷ୍ଟ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି । ଏହାସହିତ ଉତ୍ତମ ସ୍ବାସ୍ଥ୍ୟ ପାଇଁ କାମନା କରିଛନ୍ତି । ଭାଗବାନଙ୍କୁ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଛନ୍ତି ।

Leave A Reply

Your email address will not be published.