ମହାରାଷ୍ଟ୍ର ଗଢଚିରୋଲୀରେ ସୁରକ୍ଷାବଳକୁ ବଡ଼ ସଫଳତା: ୨ ମହିଳା ନକ୍ସଲ ନିହତ

youtube

ମହାରାଷ୍ଟ୍ର : ମହାରାଷ୍ଟ୍ର ଗଢଚିରୋଲୀରେ ପୋଲିସ କମାଣ୍ଡୋ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ । ଏଥିରେ ୨ ନକ୍ସଲ ମହିଳା ନିହତ ହୋଇଥିବା ବେଳେ ଘଟଣା ସ୍ଥଳରୁ ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ଖବର ମୁତାବକ, ଗଢଚିରୋଲୀ ପୋଲିସ ଏଟାପଲ୍ଲୀ ଅଞ୍ଚଳର ଜାମ୍ବିଆ ଜଙ୍ଗଲରେ ଗୁଳି କରି ୨ ମହିଳା ମାଓବାଦୀଙ୍କୁ ନିହତ କରିଛି । ସି ୬୦ ଟିମ୍ ଏବଂ ସିଆରପିଏଫର ୧୯୧ ବାଟାଲିଅନ ଅଂଚଳରେ ଘେରାବନ୍ଦୀ କରି ବନ୍ଧୁକ, ପିସ୍ତଲ, ଗୋଳାବାରୁଦ ଏବଂ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି ।

ଅତିରିକ୍ତ ପୋଲିସ ଅଧିକ୍ଷକ ସତ୍ୟ ସାଇ କାର୍ତ୍ତିକ ନେତ୍ତ୍ବରେ ଚାଲିଥିବା ଅଭିଯାନରେ ମାଓବାଦୀଙ୍କ ଗତିବିଧି ଉପରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ଯାହା ପୋଲିସକୁ ବଡ଼ ସଫଳତା ବୋଲି କୁହାଯାଉଛି । ଏହି ଦୁଇ ମହିଳା ମାଓବାଦୀଙ୍କ ପରିଚୟ ମିଳିନଥିବାବେଳେ ଏବେ ପୋଲିସର କମ୍ବିଙ୍ଗ ଅପରେସନ ଜାରି ରହିଛି ।

Leave A Reply

Your email address will not be published.