
ଜମ୍ମୁ କଶ୍ମୀର : ପୁଣି ଆରମ୍ଭ ହେଲା ମାତା ବୈଷ୍ଣୋଦେବୀ ଯାତ୍ରା । ୩ ସପ୍ତାହ ହେଲାଣି ବନ୍ଦ ଥିବା ମାତାଙ୍କ ଦରବାର ପୁଣିଥରେ ଭକ୍ତଙ୍କ ପାଇଁ ଖୋଲିଛି । ଲଗାତାର ୨୨ ଦିନ ହେଲାଣି ବନ୍ଦ ଥିବା ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ଯାହାକୁ ଖରାପ ପାଣିପାଗ ଯୋଗୁଁ ତତ୍କାଳ ବନ୍ଦ କରାଯାଇଥିଲା ।
ବୈଷ୍ଣୋଦେବୀରେ ୨୬ ଅଗଷ୍ଟରେ ଭୂସ୍ଖଳନ ପରେ ଯାତ୍ରାକୁ ସ୍ଥଗିତ କରାଯାଇଥିଲା । ଏହି ଘଟଣାରେ ୩୪ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । ପୂର୍ବରୁ ୧୪ ସେପ୍ଟେମ୍ବରରେ ଏହି ଯାତ୍ରା ଆରମ୍ଭ ହେବାକୁ ଘୋଷଣା ହୋଇଥିଲା କିନ୍ତୁ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।
ଯାତ୍ରା ଆରମ୍ଭ ହେବା ଯୋଗୁଁ ଶ୍ରଦ୍ଧାଳୁମାନେ ଖୁସି ହୋଇଯାଇଛନ୍ତି । ଶ୍ରଦ୍ଧାଳୁ ବାଣଗଙ୍ଗା ଦର୍ଶନୀ ଦ୍ବାରରୁ ଏକାଠି ହୋଇ ଯାତ୍ରା ଆରମ୍ଭ କରିଛନ୍ତି । ଶ୍ରୀଇନ ବୋର୍ଡ ଅଧିକାରୀ କହିଛନ୍ତି, ଯାତ୍ରା ସକାଳ ୬ଟାରୁ ଦୁଇଟି ଯାକ ମାର୍ଗରେ ଆରମ୍ଭ ହୋଇଛି । ଯାତ୍ରା ପାଇଁ ଶ୍ରଦ୍ଧାଳୁ ବୈଧ ପରିଚୟ ପତ୍ର ରଖିବାକୁ କୁହାଯାଇଛି । ସମସ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସୁରକ୍ଷା ବଳ ନିୟୋଜିତ ରହିଛନ୍ତି ।
ଯାତ୍ରା ଆରମ୍ଭ ନେଇ ଶ୍ରୀ ମାତା ବୈଷ୍ଣୋଦେବୀ ଶ୍ରୀଇନ ବୋର୍ଡ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କୁହାଯାଇଛି, ଜୟ ମାତା ଦୀ, ବୈଷ୍ଣୋଦେବୀ ଯାତ୍ରୀ ୧୭ ସେପ୍ଟେମ୍ବର ୨୦୨୫(ବୁଧବାର)ରୁ ଅନୁକୂଳ ପାଣିପାଗକୁ ସ୍ଥିତିରେ ରଖି ପୁନଃ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କି, ସେମାନେ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ସୂଚନା ନେଇପାରିବେ ।
ତେବେ ଗତ କିଛିଦିନ ହେଲାଣି ଯାତ୍ରା ବନ୍ଦ ଥିବା ଯୋଗୁଁ ଶ୍ରଦ୍ଧାଳୁ ନିରାଶ ରହିଥିଲେ । ଯାତ୍ରା ଆରମ୍ଭ ହେବା ପରେ ସମସ୍ତେ ଖୁସି ହୋଇଛନ୍ତି । ଯାତ୍ରା ବନ୍ଦ ହେବା ପରେ ଶ୍ରଦ୍ଧାଳୁମାନେ ସେଠାରେ ପ୍ରଦର୍ଶନ କରିଥିଲେ ।
ସୂଚନାଯୋଗ୍ୟ, ୨୬ ଅଗଷ୍ଟରେ ଭୂସ୍ଖଲନ ଯୋଗୁଁ ମାତାଙ୍କ ଯାତ୍ରା ବନ୍ଦ କରାଯାଇଥିଲା । ଗୁମ୍ଫା ମନ୍ଦିରର ରାସ୍ତା ଅଧିକାଂଶ ମରାମତି କାର୍ଯ୍ୟ ହୋଇସାରିଛି । ଏହାପରେ ଯାତ୍ରା ପୁଣି ଆରମ୍ଭ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାତ୍ରା ସ୍ଥଗିତ କରାଯାଇଥିଲା ।