ମୋଦିଙ୍କ ୭୫ତମ ଜନ୍ମଦିନରେ ମହିଳାଙ୍କୁ ବଡ଼ ଉପହାର : ଆଜିଠୁ ସ୍ବାସ୍ଥ୍ୟ ନାରୀ, ସଶକ୍ତ ପରିବାର ଅଭିଯାନ ଆରମ୍ଭ

youtube

ଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନ । ଏହି ଅବସରରେ ସାରା ଦେଶର ମହିଳାଙ୍କୁ ମିଳିବ ବଡ଼ ଉପହାର । ଏହାରି ମଧ୍ୟରେ ଦେଶରେ ସ୍ବାସ୍ଥ୍ୟ ନାରୀ,ସଶକ୍ତ ପରିବାର ଅଭିଯାନ ଆରମ୍ଭ ହୋଇଛି । ଯାହାକି ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ । ସାରା ଦେଶରେ ପ୍ରାୟତଃ ୧ ଲକ୍ଷ୍ୟରୁ ଉର୍ଦ୍ଧ୍ବ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବ । ଏହି ଶିବିର ଯୋଜନା ମହିଳା, କିଶୋରୀ ଏବଂ ପିଲାଙ୍କ ପାଇଁ କରାଯାଇଛି ।

ସୂଚନାନୁଯାୟୀ, ମୋଦି ତାଙ୍କ ଜନ୍ମଦିନ ଅବସରରେ ସ୍ବାସ୍ଥ୍ୟ ନାରୀ, ସଶକ୍ତ ପରିବାର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାରେ ସାରା ଦେଶର ମହିଳା, କିଶୋରୀ ଏବଂ ପିଲାମାନେ ସାମିଲ ରହିବେ । ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ ​​କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି । ଯାହା ସବୁଠାରୁ ବଡ଼ କାର୍ଯ୍ୟକ୍ରମ ହେବ । ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଆୟୋଜିତ ହୋଇଛି । ତେଣୁ ଏହି ଅଭିଯାନରେ ମହିଳାଙ୍କ ପାଇଁ ସ୍ତ୍ରୀରୋଗ ବିଶେଷଜ୍ଞ ଏବଂ ଶିଶୁମାନଙ୍କ ପାଇଁ ଶିଶୁ ବିଶେଷଜ୍ଞ ରହିବେ । ଏହା ବ୍ୟତୀତ ଶିବିରଗୁଡ଼ିକରେ ଦନ୍ତ ଚିକିତ୍ସକ ମଧ୍ୟ ଉପସ୍ଥିତ ରହିବେ । ଏହି ଶିବିର ମାଧ୍ୟମରେ ଶିଶୁଙ୍କୁ ଆବଶ୍ୟକୀୟ ଟୀକାକରଣ ଦିଆଯିବ । କିଶୋରୀମାନଙ୍କ ଏନିମିଆର ସ୍କିନିଂ ସହିତ ସେମାନଙ୍କର ଚିକିତ୍ସା କରାଯିବ । ଏହା ସହିତ ମାନସିକ ସମସ୍ୟାର ସମାଧାନ ମଧ୍ୟ କରାଯିବ ।

Leave A Reply

Your email address will not be published.