
ନୂଆଦିଲ୍ଲୀ : ନିର୍ବାଚନ କମିଶନର ଏବଂ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ନେତା ରାହୁଲ ଗାନ୍ଧି। ପୁଣି ଭୋଟ ଜାଲିଆତି ନେଇ ନୂଆ ପ୍ରମାଣ ଦେବା ସହ ଅଭିଯୋଗ ଆଣିଛନ୍ତି ରାହୁଲ । କଂଗ୍ରେସ ସମର୍ଥକଙ୍କୁ ଭୋଟର ତାଲିକାରୁ ହଟାଇ ଦିଆଯାଉଥିବା କହିଛନ୍ତି । ଦେଶରେ କଂଗ୍ରେସର ଜିତିବା ଆସନକୁ ଟାର୍ଗେଟ କରାଯାଇଥିବା କହିଛନ୍ତି ରାହୁଲ । ସମ୍ବିଧାନର ସୁରକ୍ଷା ପାଇଁ ଅପିଲ କରିଛନ୍ତି ।
ରାହୁଲ କହିଛନ୍ତି, ନିର୍ବାଚନ କମିଶନ ଯୋଜନାବଦ୍ଧ ଭାବରେ ଲକ୍ଷ ଲକ୍ଷ ଭୋଟରଙ୍କୁ ଟାର୍ଗେଟ କରୁଛନ୍ତି । ସେମାନଙ୍କ ନାମ ଡିଲିଟ୍ କରୁଛନ୍ତି । ୨୦୨୩ ମସିହା କର୍ଣ୍ଣାଟକର ଆନନ୍ଦରେ ନିର୍ବାଚନ ପାଇଁ ୬ ହଜାର ୧୮ ଭୋଟ୍ ଡିଲିଟ୍ କରାଯାଇଥିଲା । ଏଥିରେ ମୁଖ୍ୟତଃ ଦଳିତ ଏବଂ OBC ଭୋଟର୍ ଅନ୍ତର୍ଭୁକ୍ତ । ତେବେ ଏହା ହାଇଡ୍ରୋଜେନ୍ ବୋମା ନୁହେଁ । ଆଗକୁ ଏକ ହାଇଡ୍ରୋଜେନ୍ ବୋମା ଆସିବାକୁ ଯାଉଛି ବୋଲି ରାହୁଲ କହିଛନ୍ତି ।
ନିର୍ବାଚନରେ କିପରି ହେରଫେର ହେଉଛି । ଅଲନ୍ଦ ହେଉଛି କର୍ଣ୍ଣାଟକର ଏକ ନିର୍ବାଚନମଣ୍ଡଳୀ । କଂଗ୍ରେସ ଭୋଟରଙ୍କୁ ଟାର୍ଗେଟ କରି ଅଲନ୍ଦାରେ ନମ୍ବର ଡିଲିଟ୍ କରିବା ପାଇଁ କର୍ଣ୍ଣାଟକ ବାହାରେ ବିଭିନ୍ନ ରାଜ୍ୟର ମୋବାଇଲ୍ ନମ୍ବର ବ୍ୟବହାର କରାଯାଇଥିଲା । କେହି ଜଣେ ୬୦୧୮ଜଣଙ୍କ ଭୋଟ୍ ଡିଲିଟ୍ କରିବାକୁ ଚେଷ୍ଟା କରିଥିଲେ । ଏସବୁ କାମ ପାଇଁ ଭାରତର ମୁଖ୍ୟ ନିର୍ବାଚନ କମିଶନର ଭୋଟ ଚୋରମାନଙ୍କୁ ସୁରକ୍ଷା ଦେଉଛନ୍ତି ।