ଆସିକା ବଜାର ସାହିରେ ଆନ୍ଧ୍ରା ପୋଲିସର ପଇଁତରା : ଚୋରା ସୁନା କାରବାର କରୁଥିବା ବ୍ୟବସାୟୀ ମାନଙ୍କ ମଧ୍ୟରେ ଛନକା.. !

add-all

ବ୍ରହ୍ମପୁର: ଆସିକା ବଜାର ସାହିରେ ଆନ୍ଧ୍ରା ପୋଲିସ ଆଜି ଅପରାହ୍ନରେ ଆସି ଚକର କାଟି ଚାଲିଯାଇଥିବା ଚର୍ଚ୍ଚା ହେଉଛି। ଆସିକା ଅଞ୍ଚଳର କିଛି ସୁନା ବ୍ୟବସାୟୀ ଚୋରା ସୁନା କାରବାର କରିବାର ଓ ଆନ୍ଧ୍ରା ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯିବାର ନଜିର ରହିଛି। ଗତ ଅଗଷ୍ଟ ୨୦ ତାରିଖ ଦିନ ଦିଗପହଣ୍ଡି ପୋଲିସ ପକ୍ଷରୁ ଆସିକା ବିନାୟକ ବଜାରର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ଚୋରା ସୁନା ଉଦ୍ଧାର କରାଯାଇଥିଲା। ନିସର୍ତ୍ତ ରେ ଚଳିତ ମାସ ୯ ତାରିଖ ରେ ଆସିକା ବଜାର ସାହିରେ କିଛି ବ୍ୟବସାୟୀ ଚୋରା ସୁନା କାରବାର କରି କୋଟି କୋଟି ଟଙ୍କାର ମାଲିକ ହୋଇଥିବା ସମ୍ପର୍କ ରେ ଖବର ପ୍ରକାଶ ହୋଇଥିଲା। ଆଜି ଏ.ପି ଲେଖା ଥିବା ଏକ ପୋଲିସର ବୋଲର ଗାଡ଼ିରେ କିଛି ମହିଳା ମାନେ ବସିଥିବା ଓ ଉକ୍ତ ଗାଡ଼ି ଆସି ପଇଁତରା ମାରି ଯାଇଥିବା ଆଲୋଚନା ର ବିଷୟ ହୋଇଛି। କାଲି କୋଟିନଡ଼ା ପୋଲିସ ପକ୍ଷରୁ ଜଣେ ମହିଳାଙ୍କ ଅଭିଯୋଗ ପ୍ରକାରେ ଚୋରି ଯାଇଥିବା ୮ ଲକ୍ଷରୁ ଉର୍ଦ୍ଧ ଟଙ୍କା ଓ ବହୁ ପରିମାଣର ସୁନା ରୂପା ଅଳଙ୍କାର ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଥିଲା। ଆନ୍ଧ୍ରା ପୋଲିସ କାହିଁକି ଆସିଥିଲା ଆନ୍ଧ୍ରା ପୋଲିସ ସ୍କାର୍ନାର ରେ କିଏ ତାହାକୁ ନେଇ ସହରରେ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.