ସୁଶୀଳା କାର୍କିଙ୍କ ସହ କଥା ହେଲେ ମୋଦି

youtube

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ଅନ୍ତରୀମ ସରକାରର ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି । କଥା ହୋଇ ନେପାଳ ଘଟଣାକୁ ନେଇ ସମବେଦନା ବ୍ୟକ୍ତ କରିଛନ୍ତି । ନେପାଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଅତୁଟ ସମର୍ଥନ ଦେବ ବୋଲି ମୋଦି କହିଛନ୍ତି । ଏହାସହିତ ନେପାଳର ରାଷ୍ଟ୍ରୀୟ ଦିବସ ଅବସରରେ ସୁଶୀଳା କାର୍କି ଏବଂ ନେପାଳର ବାସିନ୍ଦାଙ୍କୁ ନିଜର ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ନେପାଳର ଅନ୍ତରୀମ ସରକାରର ପ୍ରଧାନମନ୍ତ୍ରୀ ଶ୍ରୀମତୀ ସୁଶୀଳା କାର୍କିଙ୍କ ସହିତ ଆତ୍ମୀୟ କଥାବାର୍ତ୍ତା । ନିକଟରେ ହୋଇଥିବା ଦୁଃଖଦ ଜନହାନିରେ ନିଜର ସମବେଦନା ବ୍ୟକ୍ତ କରିବା ସହିତ ଶାନ୍ତି ଏବଂ ସ୍ଥିରତାକୁ ବଜାୟ ରଖିବା ପ୍ରୟାସ ପାଇଁ ଅତୁଟ ସମର୍ଥନ ଯୋଗାଇଦେବ । ଏହାସହିତ ନେପାଳ ଲୋକଙ୍କୁ ସେମାନଙ୍କ ରାଷ୍ଟ୍ରୀୟ ଦିବସ ପାଇଁ ହାର୍ଦ୍ଦିକ ଶୁଭକାମନା । ତେବେ ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସୁଶୀଳା କାର୍କିଙ୍କୁ ନେପାଳ ଅନ୍ତରୀମ ପ୍ରଧାନମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିବା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

ସୂଚନାଯୋଗ୍ୟ, ନେପାଳରେ ସୋସିଆଲ ମିଡିଆ ବ୍ୟାନ ପରେ Gen-Z ବିକ୍ଷୋଭକାରୀ ହିଂସା ଘଟାଇଥିଲେ । ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ପରେ ମଧ୍ୟ ହିଂସା ବନ୍ଦ ହୋଇନଥିଲା ଏବଂ ପ୍ରଦର୍ଶନକାରୀମାନେ ସଂସଦ ଭବନ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ପ୍ରଧାନମନ୍ତ୍ରୀଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ, ରାଜନୈତିକ ଦଳର କାର୍ଯ୍ୟାଳୟ ଏବଂ ବରିଷ୍ଠ ନେତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ ।

Leave A Reply

Your email address will not be published.