ଭୋଟ ଅନଲାଇନ ଡିଲିଟ ହୋଇପାରବନି, ରାହୁଲଙ୍କ ଅଭିଯୋଗକୁ ନେଇ ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

youtube

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନଙ୍କ ଉପରେ ରାହୁଲ ଗାନ୍ଧି ଆଣିଥିବା ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନିର୍ବାଚନ କମିଶନର ଜ୍ଞାନେଶ କୁମାର । ଗତ ନିର୍ବାଚନରେ କର୍ଣ୍ଣାଟକରେ ଭୋଟ ଡିଲିଟ କରିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ଗମ୍ଭୀର ଅଭିଯୋଗ ଆଣିଛନ୍ତି ରାହୁଲ । ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ଶେଷ ହେବା ପରେ ତୁରନ୍ତ ନିର୍ବାଚନ କମିଶନ ଏହାର ଜବାବ ରଖିଛନ୍ତି । ଅଭିଯୋଗକୁ ଖଣ୍ଡନ କରିବା ସହ ରାହୁଲଙ୍କ ଅଭିଯୋଗର ପ୍ରତିବାଦ କରି ସେ କହିଛନ୍ତି ଯେ, ଅଭିଯୋଗ ଗୁଡିକ ଭିତ୍ତିହୀନ ଏବଂ ନିରର୍ଥକ । କମିଶନ କହିଛନ୍ତି ଯେ, ଅନଲାଇନରେ କୌଣସି ଭୋଟ୍ କାଟିବା ସମ୍ଭବ ନୁହେଁ ।

ରାହୁଲ ଅଭିଯୋଗ କରିଥିଲେ ଯେ, କର୍ଣ୍ଣାଟକର ଅଲନ୍ଦା ନିର୍ବାଚନମଣ୍ଡଳୀରୁ ୬୦୧୮ ଭୋଟ୍ କାଟି ଦିଆଯାଇଥିଲା । ନିର୍ବାଚନ ଆୟୋଗ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୨୦୨୩ ମସିହାରେ ଅଲନ୍ଦାରେ ଏପରି ଏକ ପ୍ରୟାସ ହୋଇଥିଲା । ଏହି ମାମଲାରେ ନିର୍ବାଚନ କମିଶନ ନିଜେ ଏକ ଏଫଆଇଆର ଦାୟର କରିଥିଲେ ।

ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ନିର୍ବାଚନ କମିଶନ ଯୋଜନାବଦ୍ଧ ଭାବରେ ଲକ୍ଷ ଲକ୍ଷ ଭୋଟରଙ୍କୁ ଟାର୍ଗେଟ କରୁଛନ୍ତି । ବିରୋଧୀଙ୍କୁ ଭୋଟ ଦେଉଥିବା ଲୋକଙ୍କ ଭୋଟ୍ ବାତିଲ କରାଯାଉଛି । ସଫ୍ଟୱେର୍ ବ୍ୟବହାର କରି ଭୋଟ୍ ଡିଲିଟ ଆବେଦନ ଦାଖଲ କରାଯାଇଛି । ଭୋଟ୍ ଡିଲିଟ କରିବା ପାଇଁ କର୍ଣ୍ଣାଟକ ବାହାରେ ଫୋନ୍ ନମ୍ବର ବ୍ୟବହାର କରାଯାଇଛି।

୨୦୨୩ ମସିହା କର୍ଣ୍ଣାଟକର ଆନନ୍ଦରେ ନିର୍ବାଚନ ପାଇଁ ୬ ହଜାର ୧୮ ଭୋଟ୍ ଡିଲିଟ୍ କରାଯାଇଥିଲା । ଏଥିରେ ମୁଖ୍ୟତଃ ଦଳିତ ଏବଂ OBC ଭୋଟର୍ ଅନ୍ତର୍ଭୁକ୍ତ । ତେବେ ଏହା ହାଇଡ୍ରୋଜେନ୍ ବୋମା ନୁହେଁ । ଆଗକୁ ଏକ ହାଇଡ୍ରୋଜେନ୍ ବୋମା ଆସିବାକୁ ଯାଉଛି ବୋଲି ରାହୁଲ କହିଛନ୍ତି ।

Leave A Reply

Your email address will not be published.