୩ ବର୍ଷର ଝିଅକୁ ହ୍ରଦକୁ ଫିଙ୍ଗିଲା ମାଆ

add-all

ରାଜସ୍ଥାନ: ପିଶାଚୀ ସାଜିଲା ମାଆ। ରାଜସ୍ଥାନର ଆଜମେରରେ ଜଣେ ନିଷ୍ଠୁର ମାଆ ତାର ୩ ବର୍ଷର ଝିଅକୁ ହତ୍ୟା କରିଛି। ସେ ପ୍ରଥମେ ତାର ଝିଅକୁ ନଦୀ କୂଳକୁ ନେଇଯାଇଥିଲା। ଝିଅ ସହ ଅନେକ ସମୟ ବିତାଇଥିଲା। ତା ପରେ ନିଜ ଝିଅକୁ ନଦୀକୁ ଫିଙ୍ଗି ଦେଇଥିଲା। ଏବଂ ପୁଲିସ୍‌ ଆଗରେ କୁମ୍ଭୀର କାନ୍ଦଣା କାନ୍ଦି ନିଜ ଝିଅ କୁଆଡେ ହଜିଯାଇଥିବାର ଅଭିନୟ କରିଥିଲା।

ସୂଚନା ମୂତାବକ ଉତ୍ତର ପ୍ରଦେଶର ବାସୀନ୍ଦା ଅଞ୍ଜଳୀ ନିଜ ପ୍ରଥମ ସ୍ଵାମୀଙ୍କଠାରୁ ଛାଡପତ୍ର ପାଇଥିଲା। ଏହି ଝିଅଟି ତାଙ୍କ ପ୍ରଥମ ସ୍ଵାମୀଙ୍କର ଥିଲା। ଛାଡପତ୍ର ପାଇବା ପରେ ମହିଳା ଜଣକ ଆଜମେରର ବାସିନ୍ଦା ଅଖିଳେଶଙ୍କ ସହ ଲିଭ୍‌-ଇନ୍ ସମ୍ପର୍କରେ ରହୁଥିଲେ। ତାଙ୍କ ଝିଅ ମଧ୍ୟ ତାଙ୍କ ସହ ରହୁଥିଲା। ତେବେ ଅଖିଳେଶ ପ୍ରତିଦିନ ମହିଳାଙ୍କୁ ତାଙ୍କ ଝିଅକୁ ନେଇ ଗାଳି କରୁଥିଲା। ଗତ ମଙ୍ଗଳବାର ଦିନ ଅଭିଯୁକ୍ତ ଅଞ୍ଜଳି ସିଂ ତାଙ୍କ ଝିଅ କାବ୍ୟାକୁ ଆନା ସାଗର ହ୍ରଦକୁ ବୁଲିବାକୁ ନେଇଥିଲେ। ସେଠାରେ ସେ ନିଜ ଝିଅ ସହ କିଛି ସମୟ ବିତାଇଥିଲେ। ତା ପରେ ତାକୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ପରେ ଅଭିଯୁକ୍ତ ମହିଳା ଜଣକ ନିଜ ଝିଅ ନିଖୋଜ ଥିବା ଏକ ମିଥ୍ୟା କାହାଣୀ ପ୍ରସ୍ତୁତ କରିଥିଲେ।

ପୁଲିସର କହିବା ମୂତାବକ ଜ​‌ଣେ ମହିଳା ବିଳମ୍ବିତ ରାତିରେ ନଦୀ ପଠାରେ ବୁଲୁଥିଲେ। ଏତିକିବେଳେ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ଏକ ପୁଲିସ୍‌ ଟିମ୍ ମହିଳା ଜଣଙ୍କୁ ପଚରାଉଚରା କରିଥିଲେ। ମହିଳା ଜଣକ କହିଥିଲେ ମୋ ଝିଅ ନିଖୋଜ ହୋଇଯାଇଛି। ଏବଂ ମୁଁ ତାକୁ ଖୋଜୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା , ମହିଳା ଜଣକ ପୁଲିସ୍‌ର ସାହାଯ୍ୟ ନେବାକୁ ମନା କରିଦେଇଥିଲେ। ତାପରେ ପୁଲିସ୍‌ ଦଳ ସେଠାରୁ ଚାଲିଯାଇ ସିସି ଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଏବଂ ପୁରା ଘଟଣା ଜାଣିବାକୁ ପାଇଥିଲା।

ad-week
Leave A Reply

Your email address will not be published.