ଚିତ୍ରକୋଣ୍ଡାରେ ସୁଭଦ୍ରା ଯୋଜନାର ପ୍ରଥମ ବାର୍ଷିକୀ ପାଳିତ

youtube

ଚିତ୍ରକୋଣ୍ଡା : ଓଡ଼ିଶାର ମହିଳାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସୁଭଦ୍ରା ଯୋଜନା’ର ପ୍ରଥମ ବାର୍ଷିକୀ ଆଜି ଚିତ୍ରକୋଣ୍ଡା ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କ ସହିତ ମିଶି କେକ୍ କାଟି ଏହି ବର୍ଷପୂର୍ତ୍ତି ଉତ୍ସବକୁ ସ୍ମରଣୀୟ କରାଯାଇଥିଲା।

ଉକ୍ତ ବୈଠକକୁ ଚିତ୍ରକୋଣ୍ଡା ସିଡିପିଓ ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ଦାସ ପରିଚାଳନା କରିଥିଲେ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଏହି ଯୋଜନା ଓଡ଼ିଶାରେ ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅନ୍ତର୍ଗତ ୨୧ରୁ ୬୦ ବର୍ଷ ବୟସର ମହିଳାମାନେ ଉପକୃତ ହୋଇଛନ୍ତି। ରାଜ୍ୟ ସରକାର ଏହି ଯୋଜନାରେ ସାମିଲ ହେବା ନିମନ୍ତେ କିଛି ନିୟମ ଜାରି କରିଥିଲେ। ଏହି ଯୋଜନାରେ ମହିଳାମାନେ ପାଞ୍ଚ ବର୍ଷରେ ୫୦ ହଜାର ଟଙ୍କା ପାଇବାର ଲକ୍ଷ୍ୟ ରଖାଯାଇଛି।

ବୈଠକରେ ଉପସ୍ଥିତ ଥିବା ହିତାଧିକାରୀ ମହିଳାମାନେ କିପରି ଏହି ଅର୍ଥ ପାଇବା ପରେ ଆର୍ଥିକ ସ୍ତରରେ ଉପକୃତ ହୋଇଛନ୍ତି, ସେ ସମ୍ପର୍କରେ ନିଜ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ। ସେମାନଙ୍କ ବକ୍ତବ୍ୟରୁ ଜଣାପଡ଼ିଥିଲା ଯେ ଏହି ଯୋଜନା ସେମାନଙ୍କ ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି।

ଉକ୍ତ ବୈଠକରେ ସମସ୍ତ ମହିଳା ପରିଦର୍ଶିକା, ସୁଭଦ୍ରା ହେଲ୍ପ ଡେସ୍କର କର୍ମକର୍ତ୍ତା, ପିଏ ମମତା, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଏବଂ ବହୁ ସଂଖ୍ୟକ ସୁଭଦ୍ରା ହିତାଧିକାରୀ ଉପସ୍ଥିତ ଥିଲେ। ଏହି ଯୋଜନା ମହିଳା ସଶକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.