ନଭେମ୍ବର ପରେ ଭାରତ ଉପରୁ ହଟିପାରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ: ସିଇଏ

add-all

ଭାରତ ଉପରେ ଆମେରିକା ଲଗାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଆସନ୍ତା ନଭେମ୍ବର ପରେ ହଟିପାରେ। ଗୁରୁବାର ଏହା କହିଛନ୍ତି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା(ସିଇଏ) ଭି. ଅନନ୍ଥା ନାଗେଶ୍ଵରନ।

ନାଗେଶ୍ଵରର ଆକଳନ କରିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ସୁଧାର ଆସିବ ବୋଲି ତାଙ୍କର ଆଶା ରହିଛି। ଗତ ଅଗଷ୍ଟ ୨୭ରୁ ଆମେରିକା ଲାଗୁ କରିଥିବା ୨୭ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର ହୋଇପାରେ। କାରଣ ଗତ କିଛି ସପ୍ତାହ ହେବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ଏବଂ ଫୋନ ଜରିଆରେ ଅନେକ ସକାରାତ୍ମକ ଆଲୋଚନା ହୋଇଛି।

ad-week
Leave A Reply

Your email address will not be published.