କେରଳର ସାବରୀମାଳା ମନ୍ଦିରରୁ ୪ କିଲୋ ସୁନା ଚୋରି

add-all

ଥିରୁବନନ୍ତପୁରମ : କେରଳରେ ଥିବା ପ୍ରସିଦ୍ଧ ମନ୍ଦିର ହେଉଛି ସାବରୀମାଳା ମନ୍ଦିର ।  ମନ୍ଦିରରୁ କୋଟି କୋଟି ଟଙ୍କାର ସୁନା ରହସ୍ୟମୟ ଭାବେ ନିଖୋଜ ହୋଇଯାଇଛି । ସୁନା ହଜିଥିବା ହେତୁ ଚିନ୍ତାର ବିଷୟ ପାଲଟିଛି ।  ଏ ଖବର ଶୁଣିଲା ପରେ ଭକ୍ତଙ୍କ ହୃଦୟରେ ଆଘାତ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ ଦ୍ୱାରପାଳକ (ରକ୍ଷକ ଦେବତା)ଙ୍କ ମୂର୍ତ୍ତିରୁ ସୁନା ଲଗାଯାଇଥିବା ତମ୍ବା ପ୍ଲେଟଗୁଡ଼ିକୁ ୨୦୧୯ ମସିହାରେ ପୁନଃ ପ୍ଲେଟ କରିବା ପାଇଁ ବାହାର କରାଯାଇଥିଲା । ଯେତେବେଳେ ସେଗୁଡ଼ିକୁ ପୁନଃ ସ୍ଥାପନ କରାଯାଇଥିଲା, ସେତେବେଳେ ସେଗୁଡ଼ିକର ଓଜନ ୪.୫ କିଲୋଗ୍ରାମ କମ୍ ଥିଲା । ଏହି ମାମଲା କେରଳ ହାଇକୋର୍ଟରେ ପହଞ୍ଚିଛି ।  ଏହା ଚିନ୍ତାଜନକ କହିଛନ୍ତି ହାଇକୋର୍ଟ ।

ସରକାରୀ ରେକର୍ଡ ଅନୁଯାୟୀ୨୦୧୯ ମସିହାରେ ନୂତନ ସୁନା ପ୍ଲେଟ କରିବା ପାଇଁ ପ୍ଲେଟଗୁଡ଼ିକୁ କଢ଼ାଯିବା ସମୟରେ ସେଗୁଡ଼ିକର ଓଜନ ୪୨.୮ କିଲୋଗ୍ରାମ ଥିଲା। କିନ୍ତୁ, ଯେତେବେଳେ ପ୍ଲେଟଗୁଡ଼ିକୁ ପୁନଃ ପ୍ଲେଟ କରିବା ପାଇଁ ଚେନ୍ନାଇର ଏକ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା, ସେତେବେଳେ ସେଗୁଡ଼ିକର ଓଜନ ୩୮.୨୫୮ କିଲୋଗ୍ରାମକୁ ହ୍ରାସ ପାଇଥିଲା ।  ଅର୍ଥାତ୍ ୪.୫ ୪୧ କିଲୋଗ୍ରାମ ସୁନା ଗାଏବ ହୋଇଯାଇଥିଲା ।

ବିଚାରପତି ରାଜା ବିଜୟରାଘବନ ଭି ଏବଂ କେ.ଭି. ଜୟକୁମାରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଏହି ଅଭାବ କେବଳ ସୁନା ପ୍ଲେଟିଂ ଯୋଗୁଁ ହୋଇପାରେ ଏବଂ ତୁରନ୍ତ ଏବଂ ସମ୍ପୂର୍ଣ୍ଣ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏହା ମଧ୍ୟ ସମ୍ଭାବନା ଉଠାଇଛନ୍ତି ଯେ ପୁନଃ ପ୍ଲେଟିଂ ପାଇଁ ଏକ ସମ୍ପୂର୍ଣ୍ଣ ଭିନ୍ନ ତମ୍ବା ପ୍ଲେଟ୍ ସେଟ୍ ଦାଖଲ କରାଯାଇପାରେ ।

ad-week
Leave A Reply

Your email address will not be published.