କେରଳରେ ହାଇଆଲର୍ଟ, ୧୯ ଜୀବନ ନେଲାଣି ମାରାତ୍ମକ ଆମିବା ରୋଗ

youtube

କେରଳ : କେରଳରେ ହାଇଆଲର୍ଟ । ୧୯ ଜୀବନ ନେଲାଣି ଆମିବା । କେରଳରେ ପ୍ରାଇମାରୀ ଆମିବିକ୍ ମେନିଞ୍ଜୋଏନ୍ସେଫାଲାଇଟିସ୍ ବା PAM ସଂକ୍ରମଣ ବୃଦ୍ଧି ହୋଇଛି । ଆମିବାକୁ ନେଇ ରାଜ୍ୟରେ ହାଇଆଲର୍ଟ ଜାରି କରାଯିବା ସହ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସତର୍କ କରାଯାଇଛି ।

କେରଳର ବିଭିନ୍ନ ଜିଲ୍ଲାରେ କେସ୍ ରେକର୍ଡ କରାଯାଇଛି । ଯେଉଁଥିରେ ୩ମାସର ଶିଶୁ ସହ ୯୧ ବର୍ଷୀୟ ବୟସ୍କ ସାମିଲ ରହିଛନ୍ତି । ଏହି ସଂକ୍ରମଣ ନିଗ୍ରୋହଲିୟା ଫାଓଲରୀ ଆମିବା ଦ୍ୱାରା ହୁଏ, ଯାହାକୁ ‘ବ୍ରେନ୍ ଇଟିଙ୍ଗ ଆମିବା’ ବୋଲି କୁହାଯାଏ । ୨୦୨୫ରେ କେରଳରେ ୬୯ଟି ସଂକ୍ରମଣ କେସ୍ ରିପୋର୍ଟ ହୋଇଛି । ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଅଧିକାଂଶ ମୃତ୍ୟୁ ପୂର୍ବ କିଛି ସପ୍ତାହରେ ଘଟିଛି ।

‘ମସ୍ତିଷ୍କ ଖାଉଥିବା ଆମିବା କ’ଣ ?

କେରଳ ସରକାରୀ ରେକର୍ଡ ଅନୁଯାୟୀ, ଏହି ସଂକ୍ରମଣ ନାଗ୍ଲେରିଆ ଫାଉଲେରି ନାମକ ଏକ ସୂକ୍ଷ୍ମ ଜୀବାଣୁ ଯୋଗୁ ହୋଇଥାଏ ।  ଏହି ଆମିବା କେନ୍ଦ୍ରୀୟ ସ୍ନାୟୁ ତନ୍ତ୍ରକୁ ପ୍ରଭାବିତ କରେ । ଏହି ସଂକ୍ରମଣ ମସ୍ତିଷ୍କ ଟିସ୍ୟୁ ନଷ୍ଟ କରି ମସ୍ତିଷ୍କ ଅକାମି କରିଦିଏ ଓ ଅଧିକାଂଶ କେସରେ ମୃତ୍ୟୁ ଘଟାଏ । ବ୍ରେନ୍ ଇଟିଙ୍ଗ ଆମିବାର ପ୍ରାରମ୍ଭିକ ଲକ୍ଷଣ ହେଉଛି ମୁଣ୍ଡ ବିନ୍ଧିବା, ବାନ୍ତି ହେବା । ସଂକ୍ରମଣ ହେବାର ସପ୍ତାହକ ପରେ ଏହା ଅଧିକ ଘାତକ ହୋଇଥାଏ । ଏହା ନାକ ଦ୍ବାରା ମସ୍ତିଷ୍କ ମଧ୍ୟକୁ ପ୍ରବେଶ କରିଥାଏ । ଏହା ଜଳ ଦ୍ବାରା ବ୍ୟାପୁଥିବାରୁ ସତର୍କ ରହିବାକୁ ଲୋକଙ୍କୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି କେରଳ ସରକାର ଲୋକଙ୍କୁ ସ୍ଥିର ପାଣି ସଂସ୍ପର୍ଶରେ ଆସିବା ପରେ PAM ସଂକ୍ରମଣ ପରି ଲକ୍ଷଣ ଅନୁଭବ କଲେ ତୁରନ୍ତ ଡାକ୍ତରୀ ଚିକିତ୍ସା ନେବାକୁ କହିଛନ୍ତି ।

Leave A Reply

Your email address will not be published.