ରାୟଗଡ଼ା ଏବିଭିପିର ସ୍ଵୟଂଶାସିତ ମହାବିଦ୍ୟାଳୟର ନୂତନ କାର୍ଯ୍ୟକାରିଣୀ ଘୋଷଣା…

youtube

ରାୟଗଡା : ତା : ୧୮/୦୯/୨୫ ଚଳିତ ଶିକ୍ଷା ବର୍ଷ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟର ନୂତନ କାର୍ଯ୍ୟକାରିଣୀ ଘୋଷଣା ହୋଇଯାଇଛି।ସଭାପତି ଭାବେ ଜଗଦୀଶ ନାୟକ ଏବଂ ସମ୍ପାଦକ ଭାବରେ ସୁମିତ ରତ୍ନାଲୁ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି । ତାସହିତ କନିଷ୍ଠ ମହବିଦ୍ୟାଳୟ ପାଇଁ ସଭାପତି ଏବଂ ସମ୍ପାଦକ ପାଇଁ ଶ୍ରୀକାନ୍ତ ଚିନ୍ତାଦା ଓ ଅନୁରାଗ ମୁଦୁଲି ଙ୍କ ନାମ ଘୋଷଣା କରାଯାଇଛି।ଏହି କାର୍ଯ୍ୟକ୍ରମରେ ବିଭାଗ ସଂଗଠନ ସମ୍ପାଦକ ସଞ୍ଜୟ ମଲ୍ଲିକ ଏବଂ ନଗର ସମ୍ପର୍କ ପ୍ରମୁଖ ଚିଦାନନ୍ଦ ରାଉତ ଉପସ୍ଥିତ ରହିବା ସହିତ କେମ୍ପସର ବିଭିନ୍ନ ସମସ୍ୟାର ସମାଧନ ଏବଂ ବିକାଶ ପାଇଁ ଆଗକୁ ଆସିବା ସହିତ ପରିସରରେ ବିଭିନ୍ନ ପ୍ରକାରର ରଚନାତ୍ମକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ । ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.