ରାୟଗଡ଼ା ନ୍ୟୁ କଲୋନୀ ଶ୍ରୀ ଶ୍ରୀ ମା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

add-all

ରାୟଗଡା : ରାୟଗଡ଼ାର ନ୍ୟୁ କଲୋନୀ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟିର ୩୦ତମ ବର୍ଷର ପୂଜା ଆୟୋଜନ ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ ନ୍ୟୁ କଲୋନୀ ସ୍ଥିତ ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି I ଏହି ପୂଜାରେ ଜଗନ୍ନାଥ ସାହୁ କର୍ତ୍ତା ରୂପେ ପୂଜା କାର୍ଯ୍ୟ କରିଥିଲେ ଓ ପୂଜାରୀ ପ୍ରବୀର ମହାରାଜ ପୂଜାର୍ଚନା କରିଥିଲେ I ପୂର୍ବରୁ ତା ୧୪ ରିଖ ରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା I ଏଥିରେ ଆସନ୍ତା ମାସ ତା ୦୬/୧୦/୨୫ ଠାରୁ ତା ୧୭/୧୦/୨୫ ରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ମାଁଙ୍କର ସମସ୍ତ ପୂଜା ସହ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନାବଜାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହ ଆଡମ୍ବରର ସହ ପୂଜା ଓ ଉତ୍ସବ ପାଳନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି I ଏହି ପୂଜା କୁ ସୂଚାରୁ ରୂପେ ପରିଚାଳନା କରିବା ନିମନ୍ତେ ପୂଜା କମିଟି ରାୟଗଡ଼ ଜିଲ୍ଲା ପ୍ରଶାସନ, ପୋଲିସ, ପୌରସଂସ୍ଥା, ମିଡିଆ ବନ୍ଧୁ ଓ ସମସ୍ତ ରାୟଗଡ଼ ବାସୀଙ୍କ ସହୋଯାଗ କାମନା କରିଛନ୍ତି I ଏହି ଶୁଭ କାର୍ଯ୍ୟକ୍ରମ ରେ ସଭାପତି ସନ୍ତୋଷ କୁମାର ପାତ୍ର, ସମ୍ପାଦକ ଏନ୍. ତ୍ରିନାଥ ରାଓ, ଉପଦେଷ୍ଟା ସବ୍ୟସାଚୀ ସାହୁ, ରାମ ପ୍ରସାଦ ପାତ୍ର, ଉପ ସଭାପତି ବିନୋଦ ସାହୁ, କୋଷାଧ୍ୟକ୍ଷ ଦିଲୀପ ସାହୁ, ସାଙ୍ଗଠନିକ ସମ୍ପାଦକ ସନ୍ତୋଷ କୁମାର ବ୍ରହ୍ମା, ପୂଜାସମ୍ପାଦକ ‌‌ଲକ୍ଷ୍ମୀ କାନ୍ତ ଦାଶ ଓ ସୁରେଶ ଚନ୍ଦ୍ର ସାମନ୍ତରାୟ, ତଥା ଅନ୍ୟାନ୍ୟ ସଦସ୍ୟ ମନୋଜ ସାହୁ, ବାଲାଜୀ ପାଢୀ, ଅଶୋକ ସାହୁ, ଶିବ ନାୟକ, ଶୁଭେନ୍ଦୁ ମହାପାତ୍ର, ମୋହନ ରାଓ, କିଶୋର ସାହୁ ପ୍ରମୁଖ ସହ ଅନେକ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ I

ad-week
Leave A Reply

Your email address will not be published.